ଭୟଙ୍କର ବର୍ଷାରେ ଧୋଇଗଲା NH-707A, ଯାତାୟାତ ଠପ୍
ମସୁରୀ-ଦେହରାଦୁନ: ଲଗାଣ ବର୍ଷାର ପ୍ରଭାବରେ ଉତ୍ତରାଖଣ୍ଡରେ ସ୍ଥିତି ଗମ୍ଭୀର ହୋଇପଡ଼ିଛି। ପ୍ରବଳ ବର୍ଷା ଯୋଗୁଁ NH-707A ରାଜପଥର ଏକ ବଡ଼ ଅଂଶ ଭାଙ୍ଗି ଖାଇ ମଧ୍ୟକୁ ଧସିଯାଇଛି।
ଏହାର ପ୍ରଭାବରେ କ୍ୟାମ୍ପଟି-ଯମୁନା ବ୍ରିଜ୍ ମାର୍ଗରେ ଉଭୟ ପାର୍ଶ୍ୱରୁ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଛି। ରାସ୍ତା ଭାଙ୍ଗିଯିବା ପରେ ଏହି ମାର୍ଗ ଦେଇ ଯାନବାହନ ଚଳାଚଳ ସମ୍ଭବ ହେଉନାହିଁ।
ଘଟଣାସ୍ଥଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ବେଳେ ରାସ୍ତା ମରାମତି ଓ ଯାତାୟାତ ସ୍ୱାଭାବିକ କରିବା ନେଇ ପଦକ୍ଷେପ ଆରମ୍ଭ ହେବାକୁ ଅପେକ୍ଷା ରହିଛି।
ପ୍ରବଳ ବର୍ଷା ଜାରି ରହିଥିବାରୁ ଅଞ୍ଚଳବାସୀ ଓ ଯାତ୍ରୀମାନଙ୍କୁ ଏହି ରାସ୍ତାରେ ଯାତ୍ରା ନକରିବାକୁ ସତର୍କ କରାଯାଇଛି।



