ଟାଟା ଷ୍ଟିଲ୍ ଫାଉଣ୍ଡେସନ୍, ସି ଆଇ ଆଇ ସହଯୋଗରେ ବଅଁରପାଳରେ ନିଯୁକ୍ତି ମେଳା ଆୟୋଜନ

ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ପାଇଁ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାର ୯୦୦ରୁ ଅଧିକ ଚାକିରି ଆଶାୟୀ ପଞ୍ଜୀକୃତ
ମେରାମଣ୍ଡଳୀ, ଅଗଷ୍ଟ ୨୦, ୨୦୨୬: ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁଭାରତୀୟ ଶିଳ୍ପ ମହାସଂଘ (କନଫେଡେରେସନ ଅଫ୍ ଇଣ୍ଡିଆନ ଇଣ୍ଡଷ୍ଟ୍ରି) Confederation of Indian Industry (CII)ର ସହଯୋଗରେ ବଅଁରପାଳସ୍ଥିତ ପି ଏସ ଏସ ଜେ ଡିଗ୍ରୀ କଲେଜରେ ଅଗଷ୍ଟ ୧୯ ଓ ୨୦ ତାରିଖରେ ଦୁଇଦିନିଆ ନିଯୁକ୍ତି ମେଳା ଆୟୋଜିତ ହୋଇଥିଲା। ଏହି ମେଳା ମାଧ୍ୟମରେ ଚାକିରି ଆଶାୟୀମାନଙ୍କୁ ବିଭିନ୍ନ କ୍ଷେତ୍ରର ନିଯୁକ୍ତିଦାତାଙ୍କ ସହ ସିଧାସଳଖ ଯୋଗାଯୋଗର ସୁଯୋଗ ମିଳିଥିଲା।
ନିଯୁକ୍ତି ମେଳାକୁ ବ୍ୟାପକ ସମର୍ଥନ ମିଳିଥିବାବେଳେ ୯୦୦ରୁ ଅଧିକ ପ୍ରାର୍ଥୀ ବିଭିନ୍ନ ନିଯୁକ୍ତି ସୁଯୋଗ ପାଇଁ ପଞ୍ଜୀକରଣ କରିଥିଲେ। ଟିପିଏଲ୍ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍, ଅଟୋମେସନ୍ ଆଣ୍ଡ ଟେକ୍ନିକାଲ୍ ସର୍ଭିସେସ୍, ପ୍ରୋଟେକ୍ଟିଭ୍ ଜେନେରାଲ୍ ଇଞ୍ଜିନିୟରିଂ ପ୍ରାଇଭେଟ୍ ଲିମିଟେଡ୍, ଏସ୍ଏସ୍ ଇଲେକ୍ଟ୍ରିକାଲ୍ସ, ଏମ୍ଏସ୍ପି କନଷ୍ଟ୍ରକ୍ସନ୍, ଆବ୍ରେଷ୍ଟ ଇଞ୍ଜିନିୟରିଂ କୋ., ଆକ୍ସିସ୍ ବ୍ୟାଙ୍କ, ବ୍ଲିଙ୍କିଟ୍, ଶାହୀ ଏକ୍ସପୋର୍ଟ, ଟିଏଚ୍କେ ଇଣ୍ଡିଆ, ଲିଙ୍ଗରାଜ ଏଣ୍ଟରପ୍ରାଇଜେସ୍ ଏବଂ ଏନ୍ଟିଟିଏଫ୍ ଭଳି ସଂସ୍ଥା ଏଥିରେ ଅଂଶଗ୍ରହଣ କରିଥିଲେ।
ଏହି ନିଯୁକ୍ତି ମେଳାରେ ଉତ୍ପାଦନ, ଇଞ୍ଜିନିୟରିଂ, ନିର୍ମାଣ, ବ୍ୟାଙ୍କିଂ, ଲଜିଷ୍ଟିକ୍ସ, ରିଟେଲ୍, ବୈଷୟିକ ପ୍ରଶିକ୍ଷଣ ଓ ସେବା କ୍ଷେତ୍ରରେ ବିଭିନ୍ନ ନିଯୁକ୍ତି ସୁଯୋଗ ଉପଲବ୍ଧ ହୋଇଥିଲା। ଦୁଇଦିନିଆ କାର୍ଯ୍ୟକ୍ରମରେ କମ୍ପାନୀଗୁଡ଼ିକ ପ୍ରାର୍ଥୀ ଚୟନ, ସାକ୍ଷାତକାର ଏବଂ ବିଭିନ୍ନ ପଦବୀ ପାଇଁ ଦକ୍ଷତା ମୂଲ୍ୟାୟନ କରିଥିଲେ।
ଏହି ପଦକ୍ଷେପ ଶିଳ୍ପ ଓ ସ୍ଥାନୀୟ ଯୁବପିଢ଼ି ମଧ୍ୟରେ ସିଧାସଳଖ ଯୋଗାଯୋଗର ଏକ ମଞ୍ଚ ସୃଷ୍ଟି କରିବା ସହ ପ୍ରାର୍ଥୀମାନଙ୍କୁ ବିଭିନ୍ନ କ୍ୟାରିୟର ସୁଯୋଗ ସମ୍ପର୍କରେ ଜାଣିବାର ସୁଯୋଗ ଦେଇଛି।
ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାର ଯୁବପିଢ଼ିଙ୍କ ନିଯୁକ୍ତିଯୋଗ୍ୟତା ବୃଦ୍ଧି, ଜୀବିକା ସୁଯୋଗରେ ସହଜ ପ୍ରବେଶ ଏବଂ ଶିଳ୍ପ ସହ ଯୁବପିଢ଼ିର ସମ୍ପର୍କକୁ ମଜବୁତ କରିବା ଦିଗରେ ଚାଲିଥିବା ପ୍ରୟାସର ଏକ ଅଂଶ ଭାବେ ଏହି ନିଯୁକ୍ତି ମେଳା ଆୟୋଜିତ ହୋଇଥିଲା।




