ଶ୍ରୀ ଶ୍ରୀ ଚନ୍ଦ୍ରଶେଖରଜୀଉ ବୋଲ୍ବମ୍ ସେବା ସଙ୍ଘ ପକ୍ଷରୁ କାଉଡିଆ ସେବା
ଢେଙ୍କାନାଳ, ୨୩/୮: ଢେଙ୍କାନାଳ ବାଜିଚୌକ ଛକ ଠାରେ ଶ୍ରୀ ଶ୍ରୀ ଚନ୍ଦ୍ରଶେଖରଜୀଉ ବୋଲ୍ବମ୍ ସେବା ସଂଘ ପକ୍ଷରୁ ୧୯୯୯ ମସିହାରୁ ଦୀର୍ଘ ୨୭ ବର୍ଷ ହେଲା ଚାଲିଆସୁଥିବା କାଉଡିଆ ସେବା ଚଳିତ ବର୍ଷ ସେବା ପ୍ରଦାନ କରାଯାଉଛି । ଭକ୍ତମାନଙ୍କୁ ପାଣି, ଅନ୍ନପ୍ରସାଦ ଓ ଔଷଧ ପ୍ରଦାନ କରାଯାଇଥିଲା । ଏଥିରେ ସାରା ରାଜ୍ୟରୁ ଆସିଥିବା କାଉଡିଆ ଭାଇମାନଙ୍କୁ ସେବା ପ୍ରଦାନ କରାଯାଇଅଛି । ସଭାପତି ଜ୍ଞାନଚାନ୍ଦ ମିଶ୍ର, ଉପସଭାପତି ପ୍ରଭାକର ରାଉତ, ସଂପାଦକ ସରୋଜକାନ୍ତ ପ୍ରଧାନ, ସହ-ସମ୍ପାଦକ ନିର୍ମଳ କୁମାର ରାଉତ, କୋଷାଧ୍ଯକ୍ଷ ଜିତେନ୍ଦ୍ର କୁମାର ଜେନା, ଉପଦେଷ୍ଟା ପ୍ରେମ୍ଶଙ୍କର ମିଶ୍ର, ପ୍ରମୋଦ କୁମାର ସାହୁ, ରଞ୍ଜନ ଜେନା, ପଦ୍ମନାଭ ସିଂ, ପ୍ରମୋଦ କୁମାର ରାଉତ, ରତ୍ନାକର ବେହେରା, କୁନା ରାଉତ, ବଂଶୀଧର ଦଳେଇ, କରୁଣାକର ବେହେରା, ମନୋରଞ୍ଜନ ଜେନା, ଜଟିଆ ରାଉତ, ସୁଶାନ୍ତ, ସର୍ବେଶ୍ୱର ରାଉତ ଏବଂ ସମସ୍ତ କର୍ମକର୍ତା ଉପସ୍ଥିତ ରହି କାଉଡିଆ ଭକ୍ତମାନଙ୍କୁ ସେବା ପ୍ରଦାନ କରିଥିଲେ ।



