NEET ସଫଳତାରେ ଛେଣ୍ଡିପଦାର ଗୌରବ ବଢ଼ାଇଲେ ଅବିନାଶ
ଛେଣ୍ଡିପଦା: ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା NEETରେ ସଫଳତା ହାସଲ କରି ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ପାଇଁ ଗୌରବ ଆଣିଛନ୍ତି ଶାକୋସିଂହାର ଯୁବ ପ୍ରତିଭା ଅବିନାଶ ଆଦିତ୍ୟାନନ୍ଦ ନାୟକ। ସେ ଶ୍ରୀ ବିବେକାନନ୍ଦ ନାୟକଙ୍କ ସୁପୁତ୍ର।
ଅବିନାଶଙ୍କ ଏହି ଉଲ୍ଲେଖନୀୟ ସଫଳତାରେ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ତାଙ୍କର ପରିଶ୍ରମ, ନିଷ୍ଠା ଓ ଅଧ୍ୟବସାୟ ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ପ୍ରେରଣା ପାଲଟିଛି।
ଏହି ସଫଳତା ପାଇଁ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଅବିନାଶଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ଆଗାମୀ ଦିନରେ ଅବିନାଶ ଆହୁରି ସଫଳତା ହାସଲ କରି ସମାଜ, ଅଞ୍ଚଳ ଓ ରାଜ୍ୟର ନାମକୁ ଉଜ୍ଜ୍ୱଳ କରନ୍ତୁ ବୋଲି ବିଧାୟକ ଶୁଭକାମନା ଜଣାଇଛନ୍ତି।
ଅବିନାଶଙ୍କ ଏହି ସଫଳତା ତାଙ୍କ ପରିବାର ସହ ସମଗ୍ର ଛେଣ୍ଡିପଦା ନିର୍ବାଚନ ଅଞ୍ଚଳ ପାଇଁ ଏକ ଗର୍ବର ବିଷୟ ବୋଲି ସ୍ଥାନୀୟ ମହଲରେ ମତ ପ୍ରକାଶ ପାଇଛି।



