ରଜ ମହୋତ୍ସବ ଏବଂ ଖରସ୍ରୋତା ପୁସ୍ତକ ମେଳା କମିଟି ପକ୍ଷରୁ ବନ୍ୟା ବିପନ୍ନଙ୍କ ପାଖରେ ପହଞ୍ଚି ରିଲିଫ ବଣ୍ଟନ କଲେ

ଯାଜପୁର __ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ବାଙ୍ଗରା ପଞ୍ଚାୟତର ଗୁଣ୍ଟୁରିପଡା ଏବଂ ରାଜକନିକା ବ୍ଲକ ଅନ୍ତର୍ଗତ ପ୍ରଦନପଡା ପଞ୍ଚାୟତରେ ନାହିଁ ନଥିବା ଦୁର୍ଦ୍ଦଶା କହିଲେ ନ ସରେ ।ଚାରି ପାଖରେ ପାଣି ।ଘରୁ ପଦାକୁ ଆସିବାରୁ ନାହାନ୍ତି।ଯାହା କଦଳି ଭେଳା ମାଧ୍ୟମରେ ପଦାକୁ ଆସୁଛନ୍ତି।ଏଭଳି ଅବସ୍ଥାରେ ରଜ ମହୋତ୍ସବ ଏବଂ ଖରସ୍ରୋତା ପୁସ୍ତକ ମେଳା କମିଟି ପକ୍ଷରୁ ହୃଦୟଙ୍ଗମ କରି ପଞ୍ଚମ ଦିନରେ ରିଲିଫ ଯଥା ଚୁଡ଼ା,ମୁଢ଼ି, ବିସ୍କୁଟ, ପଶୁମାନଙ୍କ ପାଇଁ ଖାଦ୍ୟ,ଦଟ,ଖାତା,ଛୁଆ ମାନଙ୍କ ପାଇଁ ଚକୋଲେଟ୍ ,ପାଣି ବୋତଲ ଆଦି ଦିଆ ଯାଇଥିଲା।

ଏ ଜିନିଷ ପାଇ ସେମାନେ ଭାରି ଖୁସି ହୋଇଯାଇଥିଲେ।କମିଟିର ଗୋଟିଏ କଥା ଥିଲା ବାଲା ଦିଅ ନ ଥିଲା ବାଲା ନିଅ।ଆଜିର ଏହି କାର୍ଯ୍ୟକ୍ରମ ରେ ଯେଉଁ ମାନେ ସହଯୋଗ କରିଥିଲେ ସେମାନେ ହେଲେ ସମାଜସେବୀ ପଦ୍ମାକର ଗୁରୁ, ଶିଶିର ଦାସ, ସରୋଜ କୁମାର ସାହୁ, ଶଙ୍କର୍ଷଣ ଦାଶ, ପ୍ରଫୁଲ୍ଲ ମହାକୁଡ଼, ରମେଶ ସାମଲ, ନାରାୟଣ ପଣ୍ଡା, ନରେନ୍ଦ୍ର ସାମଲ, ସୁବାସ ଜେନା,ଶିକ୍ଷାବିତ ଗନ୍ଧର୍ବ ଦାଶ,ଲୋତକ ବିନ୍ଦୁ ଦାସ, ପ୍ରଶାନ୍ତ ଦାଶ, ସୁରେନ୍ଦ୍ର ଯେନା,ବିଜୟ ଯେନା,ମାନସ ଦାସ ପ୍ରମୁଖ ସହଯୋଗ କରିଥିଲେ।




