କମଗାଁ ମହିଳା ମହାବିଦ୍ୟାଳୟରେ ଆଇନଗତ ସଚେତନତା କାର୍ଯ୍ୟକ୍ରମ
ଭଟଲି (ଅଭିମନ୍ୟୁ ପଧାନ ): ଭଟଲି ବ୍ଳକ ଅନ୍ତର୍ଗତ ଶକୁନ୍ତଳା ବିଦ୍ୟାଧର ମହିଳା ସ୍ନାତକ ମହାବଦ୍ୟାଳୟ କମଗାଁର ସକ୍ତିଶ୍ରୀ ଶସକ୍ତିକରଣ ସେଲ ଓ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ମିଳିତ ଆନୁକୂଲ୍ୟରେ ଏକ ଆଇନଗତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼. ରତିକାନ୍ତ ସାହୁ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଭଟଲି ବ୍ଲକ ସମ୍ବାଦ ପ୍ରତିନିଧି ରାଜେଶ କୁମାର ମିଶ୍ର ଯୋଗଦେଇ ନୀରବତା ଅବଲମ୍ବନ ନକରି ଅପରାଧ ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବା ସହ ନିଜର ସ୍ୱାଧୀନତା ବଜାୟ ରଖିବା ପାଇଁ ଛାତ୍ରୀମାନଙ୍କୁ ପ୍ରେରଣା ଦେଇଥିଲେ। ମହାବିଦ୍ୟାଳୟର ଶକ୍ତିଶ୍ରୀ ସଂଯୋଜିକା ସପନା ସାହୁ ଉକ୍ତ କାର୍ଯ୍ୟକ୍ରମ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ମହିଳା ମାନଙ୍କ ଆଇନଗତ ଅଧିକାର, ସାଇବର୍ ସୁରକ୍ଷା ଓ ୧୮୧,୧୯୩୦,୧୦୯୮ ହେଲ୍ପଲାଇନ ନମ୍ବର ସମ୍ପର୍କରେ ବିସ୍ତୃତ ବିବରଣୀ କରିଥିଲେ। ଏନଏସଏସ ପ୍ରୋଗ୍ରାମ ଅଫିସର ନିତୁ ରାଉତ ଆଇସିସି ର ଭୂମିକା ଓ ଅଭିଯୋଗ ସମ୍ପର୍କରେ ଛାତ୍ରୀମାନଙ୍କୁ ଅବଗତ କରେଇଥିଲେ। ଅଧ୍ୟାପକ ଶତ୍ରୁଘ୍ନ ମେହେର ଟେଲି ମାନସ ଏପ୍ ର ସଦୁପଯୋଗ ସମ୍ପର୍କରେ ଅବଗତ କରେଇଥିଲେ ଏବଂ ଅଧ୍ୟାପକ ଦୁଷ୍ମନ୍ତ ସାହୁ ଛାତ୍ରୀମାନେ ନିର୍ଯାତନା ବିରୁଦ୍ଧରେ ସ୍ୱର ଉଠାଇବା ଓ ରେଗିଙ୍ଗମୁକ୍ତ ପରିସର ବଜାୟ ରଖିବାପାଇଁ ଆହ୍ୱାନ କରିଥିଲେ। ଅତିଥି ମାନଙ୍କ ଦ୍ୱାରା ଶକ୍ତିଶ୍ରି ସେଲ ତରଫରୁ ୨୦ ଜଣ ଛାତ୍ରୀଙ୍କୁ ଆଇନଗତ ହ୍ୟାଣ୍ଡ ବୁକ୍ ବଣ୍ଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ଅଧ୍ୟାପକ ଭକ୍ତେଶ୍ୱର କାଣ୍ଡ ସ୍ୱାଗତ ଏବଂ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶକ୍ତୀଶ୍ରୀ ସାଥୀ ଶ୍ୱେତା କୁମାରୀ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ଓ ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀ ଉପସ୍ଥିତ ଥିଲେ।




