ସଂରକ୍ଷିତଜଙ୍ଗଲକୁ ଅବୈଧ ଭାବେ କାଟି ପକେଇଲା ଆର୍ସେଲର ମିତ୍ତଲ କମ୍ପାନୀ।
ଆମ ଖବର ର ପ୍ରଭାବରେ ଆର୍ସେଲର ମିତ୍ତଲ୍ କମ୍ପାନୀ ର କେଲେଙ୍କାରୀ ସାମ୍ନାକୁ ଆସିଲା।

କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତରେ ଆର୍ସେଲର ମିତ୍ତଲ୍ କମ୍ପାନୀର ମନମୁଖୀ କାର୍ଯ୍ୟ, ବିନା ଅନୁମତିରେ ସଂରକ୍ଷିତ ଜଙ୍ଗଲ ଓ ପାହାଡ କୁ କାଟି ପକେଇଲା।କେନ୍ଦୁଝରଜିଲ୍ଲା ଖଣିଜ ସମ୍ପଦ ବହୁଳ ଓ ଜଙ୍ଗଲ ପାହାଡ଼ରେ ପରିବେଷ୍ଠିତ ଜିଲ୍ଲା ହୋଇଥିବା ବେଳେ ଏହି ଜିଲ୍ଲାରେ ଅନେକ ଗୁଡ଼ିଏ ଖଣି କମ୍ପାନୀ ଗଢି ଉଠିଛି କିନ୍ତୁ କିଛି ଖଣି କମ୍ପାନୀ ମାନଙ୍କ ମନମୁଖୀ କାର୍ଯ୍ୟ ଏବେ ଚରମ ସୀମାରେ। ସେହିଭଳି ଏକ ଅମାନିଆ ଖଣି କମ୍ପାନୀ ହେଉଛି ଠାକୁରାଣୀ ସ୍ଥିତ ଆର୍ସେଲର ମିତ୍ତଲ୍ କମ୍ପାନୀ, ବିନା ଅନୁମତିରେ ଅବୈଧ ଭାବେ କାଟି ପକେଇଲା ଜଙ୍ଗଲ ଓ ପାହାଡ, ଯାହାର ଖବର ଆମ ପ୍ରତିନିଧି ବନ ବିଭାଗକୁ ଦେଇଥିଲେ, ବଡ଼ବିଲ ବନବିଭାଗ ପକ୍ଷରୁ ବଡ଼ବିଲ ରେଞ୍ଜର ସଞ୍ଜୀବ କୁମାର ରାଉତ୍ ସଦଳବଳେ ଚଢାଉ କରି ଦୁଇଟି ଏକ୍ସାଭେଟର ମେସିନ୍ ସହ ତିନୋଟି ହାଇୱା ଗାଡ଼ିକୁ ଜବତ୍ କରିଥିବା ନେଇ ସୂଚନା। ଅନେକ ସମୟରେ ଦେଖାଯାଏ କି କିଛି ଖଣିକମ୍ପାନୀ ମାନେ ପାହାଡ଼ ଓ ଜଙ୍ଗଲ ସବୁକୁ ନିଜସ୍ୱ ପୈତୃକ ସଂପତ୍ତି ଭାବି ବ୍ୟବହାର କରିଥାନ୍ତି। ସେହିଭଳି ଏକ ଘଟଣା ଗତ ୨୨/୮/୨୬ ରେ ଆମ ପ୍ରତିନିଧି ସରୋଜ କୁମାର ମହାପାତ୍ରଙ୍କ ଦୃଷ୍ଟି ଗୋଚର ହେବାରୁ ସେ ଏ ନେଇ ବଡ଼ବିଲ ରେଞ୍ଜରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ, ଯାହାର ଖବର ପ୍ରସାରଣ ଆମ ଚ୍ୟାନେଲ୍ ମାଧ୍ୟମରେ କରାଯିବା ପରେ ଆକ୍ସନମୁଡ୍ ରେ ଆସିଥିଲା ବନବିଭାଗ, ଯାହାକି ଆର୍ସେଲର ମିତ୍ତଲ୍ କମ୍ପାନୀ କର୍ତୃପକ୍ଷଙ୍କ ଦ୍ବାରା ବିନା ଅନୁମତିରେ ମନମୁଖୀ ଭାବେ ଏଭଳି କାର୍ଯ୍ୟ କରାଯାଇଥିବା ବେଳେ ଲିଜ୍ ଧାରି ଓଏମଡିସି ଓ ଆର୍ସେଲର ମିତ୍ତଲ୍ କମ୍ପାନୀ କୁ ସୋକଜ୍ ନୋଟିସ୍ ଜାରି କରାଯାଇଥିବା ନେଇ ସୂଚନା ଦେଇଛନ୍ତି କେନ୍ଦୁଝର ଜିଲ୍ଲା ବନଖଣ୍ଡ ଅଧିକାରୀ ଏଚ ଡି ଧାନରାଜ୍।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



