ଇଦ୍–ମିଲାଦ୍–ଉନ୍–ନବି ( ମହାପୁରୁଷ ମହମ୍ମଦ) ଙ୍କ ଜନ୍ମ ବାର୍ଷିକ ଶାନ୍ତି ପୂର୍ଣ୍ଣ ଭାବରେ ଅତି ଉତ୍ସାହ ର ସହ ପାଳନ କରାଗଲା ଢେଙ୍କାନାଳ ସହରରେ |
ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ସମଗ୍ର ଭାରତ ବର୍ଷ ରେ ପବିତ୍ର ଇଦ୍- ମିଲାଦ୍-ଉନ୍-ନବି _2026 (ମହାପୁରୁଷ ମହମ୍ମଦ) ଙ୍କ ଜନ୍ମ ବାର୍ଷିକ ଅତି ଉତ୍ସାହ ଓ ଆନନ୍ଦ ର ସହ ଆଜି ପାଳନ କରାଯାଇଛି | ଢେଙ୍କାନାଳ ସହରରେ ମଧ୍ୟ ଇସଲାମ୍ ଧର୍ମାବଲମ୍ବୀ ମାନେ ଶାନ୍ତି ଶୃଙ୍ଖଳା ଭାବରେ ଉଲ୍ଲାସ ଓ ଆନନ୍ଦର ସହ
ପବିତ୍ର ଇଦ୍- ମିଲାଦ୍-ଉନ୍-ନବି ପାଳନ ଉଦ୍ଦେଶ୍ଯ ରେ ବହୁ ସଂଖ୍ୟାରେ କୁନି କୁନି ପିଲା, ବୃଦ୍ଧା ଏବଂ ଯୁବ ସମାଜ ମାନେ ଏକତ୍ରୀତ ହୋଇଥିଲେ କାଞ୍ଚନ ବଜାର ସ୍ଥିତ ସୁନ୍ନି ମୋତି ମସଜିଦ୍ ଠାରେ | ମସଜିଦ୍ ର ଇମାମ୍ ସାହେବ ପ୍ରଫେଟ ମହମ୍ମଦ ଙ୍କର ବାଣୀ ପାଠ କରି ଶୋଭା ଯାତ୍ରା ଆରମ୍ଭ କରିଥିଲେ | ଉକ୍ତ ଶୋଭାଯାତ୍ରା ରେ ପବିତ୍ର ଭକ୍ତି ଗୀତ ଶ୍ରଦ୍ଧାଳୁଙ୍କ ଦ୍ଵାରା ଉପସ୍ଥାପନା କରାଯିବା ସହ ସଭିଙ୍କୁ ମିଠା, ଚକୋଲେଟ୍, ଟିଫିନ୍ ଏବଂ ସର୍ବତ୍ ବଣ୍ଟନ କରାଗଲା | ଏହି ସୁନ୍ଦର ଶୋଭାଯାତ୍ରା ମୋତି ମସଜିଦ୍ ଠାରୁ ଆରମ୍ଭ ହୋଇ ସହର ର ମୁଖ୍ୟ ରାସ୍ତା ଦେଇ ଗଣେଶ ବଜାର ଠାରୁ ଶାସନ ଛକ ପହଞ୍ଚି ସାହି ବସ୍ତି ପରିକ୍ରମା କରି ମୋତି ମସଜିଦ୍ ଠାରେ ଶେଷ ହୋଇଥିଲା | ଏହି ଶୋଭାଯାତ୍ରା ମସଜିଦ୍ ର ଇମାମ୍ ସାହେବ ଙ୍କ ସଭାପତିତ୍ବରେ ଆୟୋଜିତ ହୋଇ ଜାହିର୍ ମହମ୍ମଦ୍ (ସଭାପତି), କଲିମ୍ ଖାନ୍ (ସମ୍ପାଦକ), ସାଗୀର ମହମ୍ମଦ୍, ମହମ୍ମଦ୍ ସଲ୍ଲାଉଦ୍ଦିନ୍, ନଜରୁଲ୍ ଇସଲାମ୍, ଅଫ୍ତାର୍ ମହମ୍ମଦ୍, ମହମ୍ମଦ୍ ଆଝାରୁଦ୍ଦିନ,
ସର୍ଫରାଜ୍ ଅଲି, ନସିବ ଖାନ୍ ଏବଂ ମୁସଲମାନ୍ ଯୁବ ସମାଜଙ୍କ ସହଯୋଗ ରେ ପବିତ୍ର ଶୋଭାଯାତ୍ରା ସମାପ୍ତ ହେଲା |



