ଦ୍ରୁତଗତିରେ ଗାଡିଚାଳନା କରି,ଦୁଇବାଇକ୍ ମୁହାମୁହିଁ ଧକ୍କାରେ ଦୁଇ ମୃତ ଦୁଇ ଆହତ।
କେନ୍ଦୁଝର ଜିଲ୍ଲାରେ ଦ୍ରୁତ ଗତିରେ ଗାଡି ଚାଳନା ଯୋଗୁ ଦୁର୍ଘଟଣା ଘଟିଥିବା ନେଇ ସୂଚନା, ଉକ୍ତ ଦୁର୍ଘଟଣାରେ ଦୁଇ ମୃତ ଦୁଇ ଗୁରୁତର ଆହତ ହୋଇଥିବା ନେଇ ସୂଚନା। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ କାହ୍ନୁପୁର ନିକଟରେ ୨ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା, ୨ ମୃତ, ୨ ଗୁରୁତର । ମୃତକ ହେଲେ, ମିରିଗିସିଙ୍ଗା ଅଞ୍ଚଳର ରାଜେଶ ମୁଣ୍ଡା ଏବଂ ମଙ୍ଗଳପୁର ଅଞ୍ଚଳର ସୁବାସ ଗିରି । ଘଟଣା ସ୍ଥଳରେ ସୁବାସ ଗିରିଙ୍କ ମୃତ୍ୟୁ ହୋଇଥିବା ବେଳେ ମେଡିକାଲରେ ରାଜେଶଙ୍କ ମୃତ୍ୟୁ ଘଟିଛି ।
ଗୁରୁତର ଭାବେ ଆହତ ଅବସ୍ଥାରେ ଦୁର୍ଘଟଣା ଗ୍ରସ୍ତ ମଙ୍ଗଳପୁର ଅଞ୍ଚଳର ରଇବୁ ମୁଣ୍ଡା ଏବଂ ମିରିଗିସିଙ୍ଗା ଅଞ୍ଚଳର ରେଗୁଲାର୍ ମୁଣ୍ଡା ଚମ୍ପୁଆ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଆଜି ମଙ୍ଗଳପୁର ଗାଁ ର ସୁବାସ ଗିରି ଓ ରଇବୁ ମୁଣ୍ଡା ଚିମିଳା ଗାଁ ରୁ ବାଇକ୍ ରେ ଘରକୁ ଫେରୁଥିବା ବେଳେ କାହ୍ନୁ ସାହି ନିକଟରେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ ବାଇକ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ସୁବାସ ଗିରି ଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ଅନ୍ୟ ତିନି ଜଣକୁ ଚମ୍ପୁଆ ଡାକ୍ତର ଖାନା ଅଣାଯାଇଥିଲା। ଏଠାରେ ରାଜେଶ ଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ଚମ୍ପୁଆ ପୋଲିସ ଚିକିତ୍ସାଳୟରେ ପହଞ୍ଚି ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



