ପି ଏମ୍ ଶ୍ରୀ ଜନତା ହାଇସ୍କୁଲ ଭୁକ୍ତାରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ – ୨୦୨୬ ପାଳିତ
ବରଗଡ଼:୨୮/୮(ପବିତ୍ର ମେହେର)::ବରଗଡ଼ ଜିଲ୍ଲା ଅମ୍ୱାଭୋନା ବ୍ଲକ ଅନ୍ତର୍ଗତ ପି ଏମ୍ ଶ୍ରୀ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ, ଭୁକ୍ତାରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ – ୨୦୨୬ ପାଳିତ ହୋଇଯାଇଛି।ଏହି ଅବସରରେ ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଶିକ୍ଷକ ଶ୍ରୀପତି ସାହୁ ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ଶିକ୍ଷକ ସଞ୍ଜୟ ଖମାରୀ ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ଗଙ୍ଗାଧର କାବ୍ୟ ଉପରେ ଆଲୋଚନା କରିଥିଲେ।ଶିକ୍ଷକ ଈଶ୍ୱର ପଧାନ, ଶିକ୍ଷୟିତ୍ରୀ ଲକ୍ଷ୍ମୀବତୀ ଭୋଇ, ସୈରିନ୍ଦ୍ରୀ ଦେହେରୀ ଗଙ୍ଗାଧର କାବ୍ୟ ଓ କବିତା ଉପରେ ଆଲୋକପାତ କରିଥିଲେ। ସ୍ଵଭାବ କବିଙ୍କ ରଚିତ କିଛି କାଳଜୟୀ କବିତାର ସମୂହ ଗାନ କରାଯାଇଥିଲା। ବକ୍ତୃତା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଜ୍ୟୋତି ପଧାନ,ପାୟଲ ପଟେଲ ଓ ପ୍ରିୟ ଦର୍ଶିନୀ ଦେହେରୀ ଏବଂ ସଙ୍ଗୀତ ପ୍ରତିଯୋଗିତାରେ ଜାଗୃତି ପଟେଲ , ଭାରତୀ ପଧାନ ଓ ଶିବାନୀ ନାଏକଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା।ପରିଚାଳନାରେ କମିଟିର ସଦସ୍ୟ ସାନନ୍ଦ ଦେହେରୀଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସକ୍ରିୟ ଅଂଶଗ୍ରହଣ କରିଥିଲେ।



