ଭକ୍ତିମୟ ପରିବେଶରେ ଅନୁଗୋଳର ଆରାଧ୍ୟ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ବାର୍ଷିକ ଯାତ୍ରା ଅନୁଷ୍ଠିତ
ଅନୁଗୋଳ: ଭକ୍ତି, ଶ୍ରଦ୍ଧା ଓ ଆଧ୍ୟାତ୍ମିକ ଉତ୍ସାହରେ ମୁଖରିତ ହୋଇଛି ଅନୁଗୋଳ ସହର। ଅନୁଗୋଳବାସୀଙ୍କ ଆରାଧ୍ୟ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ଜନ୍ମଦିନ ତଥା ବାର୍ଷିକ ଯାତ୍ରା ପାରମ୍ପରିକ ରୀତିନୀତି ଓ ଧୁମଧାମରେ ଅନୁଷ୍ଠିତ ହୋଇଛି।
ଏହି ଅବସରରେ ମା’ଙ୍କ ମନ୍ଦିର ସମେତ ହୁଲୁରିସିଂହାଠାରୁ ଆଲମ ଶୋଭାଯାତ୍ରା ବାହାରିଥିଲା। ଶୋଭାଯାତ୍ରାରେ ଭକ୍ତଙ୍କ ଭିଡ଼ ଓ ଉତ୍ସାହ ଦେଖିବାକୁ ମିଳିଥିଲା। ପାରମ୍ପରିକ ରୀତିନୀତି, ଭକ୍ତି ଓ ଶ୍ରଦ୍ଧାର ସହ ମା’ଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା।

ମା’ ବୁଢ଼ୀ ଠାକୁରାଣୀ ଅନୁଗୋଳବାସୀଙ୍କ ଆସ୍ଥା, ବିଶ୍ୱାସ ଓ ଭକ୍ତିର ପ୍ରତୀକ ଭାବେ ପରିଚିତ। ମା’ଙ୍କ ଯାତ୍ରା ଅବସରରେ ସମଗ୍ର ଅଞ୍ଚଳରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।
ଭକ୍ତମାନେ ମା’ଙ୍କ ନିକଟରେ ସମସ୍ତଙ୍କ ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳ କାମନା କରିଥିଲେ। ମା’ ବୁଢ଼ୀ ଠାକୁରାଣୀଙ୍କ ଆଶୀର୍ବାଦ ସଦାସର୍ବଦା ସମସ୍ତଙ୍କ ଉପରେ ରହୁ ଏବଂ ମା’ ସମସ୍ତଙ୍କୁ ଘଣ୍ଟ ଘୋଡ଼ାଇ ରଖନ୍ତୁ—ଏହାହିଁ ଭକ୍ତଙ୍କ ପ୍ରାର୍ଥନା।



