ଢେଙ୍କାନାଳ ତା୩୦.୦୮.୨୦୨୬ ରିଖ ରବିବାର ଦିନ ଭାରତୀୟ ଯୋଗ ସଂସ୍ଥାନ କପିଳାସ ଯୋଗ ଜିଲ୍ଲା ଶାମା ଚରଣ ପୁର ସ୍ଥିତ ଶିରିଡ଼ି ସାଈ ମନ୍ଦିର ପରିସରରେ ଏକ ନୂତନ ଯୋଗ କେନ୍ଦ୍ର, ସାଈଶ୍ରିକ୍ଷେତ୍ର ଯୋଗ କେନ୍ଦ୍ର ନାମରେ ଉଦଘାଟନ ହୋଇ ଯାଇଅଛି ।ଏ ଉଦଘାଟନୀ ଦିବସ ରେ ଢେଙ୍କାନାଳ ଜିଲ୍ଲା ବରିଷ୍ଠ ନାଗରିକ ପରିଷଦର କାର୍ଯ୍ୟକାରୀ ସଭାପତି ତଥା ଶ୍ୟାମା ଚରଣ ପୁର ଆଞ୍ଚଳିକ ବିକାଶ ସମିତି ର ସଭାପତି ଓ ସାଈଶ୍ରି କ୍ଷେତ୍ର ରସଭାପତି ଶ୍ରୀଯୁକ୍ତ ଯୋଗୀ ନାଥ ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମଣିଷ ଜୀବନରେ ସୁସ୍ଥ ରହିବା ପାଇଁ ଯୋଗର ଆବଶ୍ୟକତା ଓ ଉପକାରିତା ବିଷୟରେ ଅବଗତ କରାଇବା ସହିତ ,ଅଞ୍ଚଳ ବାସୀ ଓ ଜିଲ୍ଲା ର ସମସ୍ତ ସର୍ବ ସାଧାରଣ ଙ୍କୁ ଅନୁରୋଧ କରିଥିଲେ ଯେ ଆପଣ ମାନଙ୍କ ଘର ପାଖରେ ଆପଣ ତଥା ଆପଣ ମାନଙ୍କ ପରିବାରକୁ ସୁସ୍ଥ ରଖିବାକୁ ନିଶୁଳ୍କ ଯୋଗ ସଂସ୍ଥା ଯୋଗ ଶିକ୍ଷା ଦେଉଛନ୍ତି । ଏହି ସୁଯୋଗର ହାତ ଛଡା କରନ୍ତୁ ନାହିଁ । ଭାରତୀୟ ଯୋଗ ସଂସ୍ଥାନଓ ସର୍ବ ସାଧାରଣଙ୍କୁ ଯୋଗ ଜରିଆରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଥିବାରୁ ସେମାନଙ୍କୁ ଧନ୍ୟବାଦ୍ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଭାରତୀୟ ଯୋଗ ସଂସ୍ଥାନ କପିଳାସ ଯୋଗ ଜିଲ୍ଲାର ପ୍ରଧାନ ଶ୍ରୀ ରଘୁନାଥ ତ୍ରିପାଠୀ ,ଜିଲ୍ଲା ମନ୍ତ୍ରୀ ଡକ୍ଟର ଧର୍ମାନନ୍ଦ ପୃଷ୍ଟି ,ଜିଲ୍ଲା ସଂଗଠନ ମନ୍ତ୍ରୀ ଇନ୍ଦିରା ପ୍ରିୟଦର୍ଶିନୀ ଦେବତା ,ବଳରାମ କ୍ଷେତ୍ରର କ୍ଷେତ୍ର ପ୍ରଧାନ ଶରତ ଲେଙ୍କା ଜୀ,ଶ୍ୟାମା ଚରଣ ପୁର କେନ୍ଦ୍ରର ପ୍ରମୁଖ ଶ୍ରୀ ପ୍ରସନ୍ନ ମିଶ୍ର ,ଶ୍ରୀ ପ୍ରଶାନ୍ତ ମିଶ୍ର ଓ ବରିଷ୍ଠ ନାଗରିକ ସାଧକ,ସାଧିକା ତଥା ଉପ ସ୍ତିତ ଥିବା ସମସ୍ତ ସମ୍ମାନିତ ସବୁ କ୍ଷେତ୍ର ର ପ୍ରଧାନ,ପ୍ରମୁଖ ,ଉପ ପ୍ରମୁଖ ,ସାଧକ ଓ ସାଧିକା ମାନେ ଉପସ୍ଥିତ ରହି ଯୋଗ ତଥା ସେଥିରୁ ମିଳୁଥିବା ଉପକାର ବିଷୟରେ ସମସ୍ତଙ୍କୁ ବୁଝାଇ ଥିଲେ । କାର୍ଯ୍ୟକ୍ରମର ଆରମ୍ଭରେ ମୁଖ୍ୟ ଅତିଥି ଓ ବରିଷ୍ଠ ମାନଙ୍କ ଦ୍ୱାରା ଦୀପ ପ୍ରଜ୍ୱଳନ ଓ ସରସ୍ୱତୀ ଦେବୀଙ୍କ ବନ୍ଦନା କରାଯାଇଥିଲା । ସମସ୍ତ ଅଧିକାରୀ ଓ଼ମଂକାର ଧ୍ବନୀ ଗାୟତ୍ରୀମନ୍ତ୍ର ଓ ଆସନ,ପ୍ରଣୟାମ କରାଇଥିଲେ | ଶେଷରେ ଧନ୍ୟବାଦ ଅର୍ପଣ ଓ ଶାନ୍ତିପାଠ କରାଯାଇଥିଲା | ସଭାସଙ୍ଗ କରିଥିଲେ | ଉପସ୍ଥିତ ଥିବା ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବନ୍ଦୋବସ୍ତ ହୋଇଥିଲା ।



