ଆର୍ସେଲର ମିତ୍ତଲ୍ କମ୍ପାନୀ ଉପରେ ପ୍ରଶାସନରଛାଟ, ରାଜସ୍ବବିଭାଗ ଓ ବନ ବିଭାଗ ପକ୍ଷରୁ ମକର୍ଦ୍ଦମା ରୁଜୁ।
ସଂରକ୍ଷିତ ଜଙ୍ଗଲ ଓ ପାହାଡ ଏବଂ ସରକାରୀ ଜମିରେ ବିନା ଅନୁମତିରେ କାର୍ଯ୍ୟ କରିବା ଆର୍ସେଲର ମିତ୍ତଲ୍ କମ୍ପାନୀକୁ ପଡ଼ିଲା ମହଙ୍ଗା। ଖବର ପ୍ରସାରଣ ପରେ ଆକ୍ସନ ମୁଡ଼ରେ ବଡ଼ବିଲ ପ୍ରଶାସନ ଓ ବନ ବିଭାଗ।ଆର୍ସେଲର ମିତ୍ତଲ୍ କମ୍ପାନୀ ଉପରେ ପ୍ରଶାସନର ଛାଟ, ବେନିୟମ କାର୍ଯ୍ୟ ଯୋଗୁ ରାଜସ୍ବ ବିଭାଗ ଓ ବନ ବିଭାଗ ପକ୍ଷରୁ ଆର୍ସେଲର ମିତ୍ତଲ୍ କମ୍ପାନୀ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ମକର୍ଦ୍ଦମା ରୁଜୁ। ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ବଡ଼ବିଲ ରେଞ୍ଜ ନାଲଦା ସେକ୍ସନ ଉଲିବୁରୁ ସଂରକ୍ଷିତ ଜଙ୍ଗଲ, ପାହାଡ ଏବଂ ସରକାରୀ ଜମିକୁ ଖୋଲିବା ଓ ଗଛକୁ ନଷ୍ଟ କରିବା ଅଭିଯୋଗରେ ବଡ଼ବିଲ ବନ ବିଭାଗ ପକ୍ଷରୁ ବଡ଼ବିଲ ରେଞ୍ଜର ସଞ୍ଜୀବ କୁମାର ରାଉତ୍ ଆର୍ସେଲର ମିତ୍ତଲ୍ କମ୍ପାନୀ କର୍ତ୍ତୃପକ୍ଷଙ୍କ ନାମରେ ମକର୍ଦ୍ଦମା ରୁଜୁ କରିଥିବା ବେଳେ ବନ ବିଭାଗ ପକ୍ଷରୁ ଉକ୍ତ କାର୍ଯ୍ୟରେ ନିୟୋଜିତ ତିନୋଟି ହାୱାଆ ଓ ଦୁଇଟି ଏକ୍ସାଭେଟର ଜବତ୍ ହୋଇଥିବା ନେଇ ସୂଚନା। ଅନୁରୂପ ଭାବେ ସରକାରୀ ଜମିକୁ ବିନା ଅନୁମତିରେ ଖୋଲିବା ଓ ନଷ୍ଟ କରିବା ଯୋଗୁ ବଡ଼ବିଲ ତହସିଲଦାର ରାକେଶ କୁମାର ପଣ୍ଡା ଘଟଣା ସମ୍ପର୍କରେ ତଦନ୍ତ କରି ବଡ଼ବିଲ ଥାନାରେ ଆର୍ସେଲର ମିତ୍ତଲ୍ କମ୍ପାନୀ କତୃପକ୍ଷଙ୍କ ନାମରେ ଏକ ମାମଲା ଦାୟର କରିଥିଲେ ଯାହାକୁ ନେଇ ବଡ଼ବିଲ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଘଟଣା ସମ୍ପର୍କରେ ସର୍ଜମିନି ତଦନ୍ତ କରିବା ସହ ଏକ ମାମଲା ରୁଜୁ କରିଥିବା ନେଇ ସୂଚନା ଦେଇଛନ୍ତି ବଡ଼ବିଲ ଥାନା ଅଧିକାରୀ ଅଶୋକ କୁମାର ନାୟକ ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



