ମରଣ ଯନ୍ତା ପାଲଟିଛି ଭଟଲି କେଶାଇପାଲି ରାସ୍ତା

ଭଟଲି : – ବରଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଜନ ଅଧୀନରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଅନ୍ତର୍ଗତ ଭଟଲି-ଜଡ଼ାମୁଣ୍ଡା ଭାୟା କେଶାଇପାଲି ରାସ୍ତା ସମୟସୀମାର ୫ ମାସ ପରେ ମଧ୍ୟ ନିର୍ମାଣ କାମ ଅସଂପୂର୍ଣ ରହିଛି l ସୂଚନା ଫଳକରେ ଉଲ୍ଲେଖ ଥିବା ତଥ୍ୟ ଅନୁଯାୟୀ ୮ କିମି ଦୈର୍ଘ୍ୟତା ବିଶିଷ୍ଟ ଏହି ରାସ୍ତା ନିର୍ମାଣ ପ୍ରକଳ୍ପର ବ୍ୟୟ ଅଟକଳ ୧୦୪୭,୩୩ ଲକ୍ଷ ଟଙ୍କା ରହିଛି! ଅନୁଗୁଳ ଧରୁଆପାଲିର ଏ- କ୍ଲାସ କଣ୍ଟ୍ରାକ୍ତର ମୋତିରଞ୍ଜନ ସାହୁ ଏହି ରାସ୍ତା ନିର୍ମାଣ ଦାୟିତ୍ବରେ ଅଛନ୍ତି। ଗତ ୨୦୨୫ ଏପ୍ରିଲ ୪ ତାରିଖରୁ କାର୍ଯ୍ୟ ଆରମ୍ଭ ହୋଇ ଗତ ମାର୍ଜ ୩ ତାରିଖରେ ନିର୍ମାଣ କାର୍ଯ୍ୟ ଶେଷ ହେବା କଥା। କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ଅସମ୍ପୂର୍ଣ ହୋଇ ପଡ଼ିରହିଛି l ଅଧପନ୍ତରିଆ ରାସ୍ତା ଏବେ ଜନସାଧାରଣଙ୍କ ପାଇଁ ମରଣଯନ୍ତା ପାଲଟିଛି ଶହଶହ ଲୋକଙ୍କୁ ନିଜର ଦୈନଦିନ କାମ ପାଇଁ ଏହି ରାସ୍ତା ଦେଇ ଯାତାୟାତ କରିବାକୁ ପଡିଥାଏ ବିଭିନ୍ନ ସ୍କୁଲ କଲେଜ ଛାତ୍ରଛାତ୍ରୀ, ବିଭିନ୍ନ ଅଫିସର କର୍ମଚାରୀ ତଥା ବ୍ୟବସାୟୀଙ୍କ ସମେତ ନିଜ କଷ୍ଟୋପାଳିତ ପନିପରିବା ବିକ୍ରି କରିବା ପାଇଁ ଚାଷୀମାନେ ଏହି ରାସ୍ତା ଉପରେ ନିର୍ଭର କରି ଭଟଲିକୁ ଆସିଥାଆନ୍ତି | ହେଲେ ଏହି ରାସ୍ତାର ଅଧିକାଂଶ ସ୍ଥାନରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି ବର୍ଷା ପାଣି ଗର୍ତ୍ତ ଗୁଡିକରେ ଜମା ହୋଇଯାଉ ଥିବାରୁ ଜନସାଧାରଣ ଯାତାୟାତରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି| ଏଥିସହ ଅଧିକାଂଶ ସମୟରେ ଛୋଟବଡ଼ ଦୁର୍ଘଟଣାମାନ ମଧ୍ୟ ଘଟୁଥିବା ଦେଖିବାକୁ ମିଳୁଛି! ଜଡ଼ାମୁଣ୍ଡା ଗ୍ରାମରେ ଏକ ହାଡ଼ଭଙ୍ଗା ଚିକିତ୍ସା କରୁଥିବା ଜନୈକ ବୈକ୍ତିଙ୍କ ନିକଟକୁ ପ୍ରତ୍ୟହ ବହୁ ଲୋକ ଦୂରଦୂରାନ୍ତରରୁ ଆସୁଥିବା ବେଳେ ଏହି ରାସ୍ତାର ବିଭିନ୍ନ ଜାଗାରେ ହୋଉଥିବା ଗର୍ତ୍ତ ଗୁଡ଼ିକ ଯୋଗୁଁ ରୋଗୀମାନେ ବହୁତ ହଇରାଣ ହୋଇଥାନ୍ତି। ଯେଉଁ କାମ ମାର୍ଚ ମାସରୁ ସମ୍ପୂର୍ଣ୍ଣ ହୋଇଯିବା କଥା ତାହା ଅଗଷ୍ଟ ଶେଷ ପର୍ଯ୍ୟନ୍ତ ଅର୍ଥାତ ୫ ମାସ ପରେ ବି କାହିଁକି ଅଧପନ୍ତରିଆ ହୋଇପଡିଛି ତାହା ଚିନ୍ତାର ବିଷୟ ସଂପୃକ୍ତ ଠିକାଦାରଙ୍କ ଏପରି ମନମୁଖୀ କାର୍ଯ୍ୟକଳାପ ନେଇ ବୁଦ୍ଧିଜୀବୀ ମହଲରେ ରେ ତୀବ୍ର ଅସନ୍ତୋଷ ଦେଖାଯାଉଛି, ବରଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଜନ ସ୍ବତନ୍ତ୍ର ଦୃଷ୍ଟିଦେଇ ଯଥାଶୀଘ୍ର ଏହି ରାସ୍ତା ନିର୍ମାଣ କାମ ଶେଷ କରିବାକୁ ସାଧାରଣରେ ଦାବି ହେଉଛି l



