ଭକ୍ତିରେ ବନ୍ଧା ଭଗବାନ : ଜଗନ୍ନାଥପୁର ଗ୍ରାମରୁ ଶ୍ରୀକ୍ଷେତ୍ର-ପୁରୀ
ତାଳଚେର, ୨୬/୦୮ ଠାକୁରଙ୍କ ଅପାରକରୁଣାରୁ ତାଳଚେର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ଘନଶ୍ରାମ ମହାପାତ୍ର(୪୩) ସେ ତାଙ୍କ ସାଂସାରୀକ ଜୀବନକୁ ତୁଚ୍ଛ ମନେକରି ଜଗତର ବଡ଼ ଠାକୁରଙ୍କ ସେବାରେ ମଗ୍ନ ହୋଇଯିବା ଘଟଣା ଉପସ୍ଥିତ ଭକ୍ତଙ୍କୁ ଭାବବିହ୍ୱଳ କରିଥିଲା । ଘନଶ୍ୟାମକୁ ପରିବାରୁ ସେ କହିଛନ୍ତି ଜଗନ୍ନାଥ ତାଙ୍କୁ ସ୍ୱପ୍ନାଦେଶ କରିଲେ କି ମୋର ସେବା ତୁମେକର, ସେହିଦିନ ଠାରୁ ମୁଁ ଆଉ ପଛକୁ ନଫେରି ପ୍ରଭୂଙ୍କ ସେବାରେ ଆଜି ପର୍ଯ୍ୟନ୍ତ ଲାଗିପଡ଼ିଛି । ସେ ଜୀବନ ସଂସାରକୁ ଖାତିରନକରି ସେ ପ୍ରତ୍ୟେକ ଗ୍ରାମ ଓ ସହରାଚଂଳରୁ ବଡ଼ ଠାକୁରଙ୍କ ପାଇଁ ତୁଳସୀ, ଫଳମୂଳ ଇତ୍ୟାଦି ଶନିବାର ଠାରୁ ଗୁରୁବାର ପର୍ଯ୍ୟନ୍ତ ଘରଘର ବୁଲି ସଂଗ୍ରହ କରି ପ୍ରତ୍ୟେକ ଶୁକ୍ରବାର ଶ୍ରୀକ୍ଷେତ୍ରକୁ ଯାଇ ଜଗାକାଳିଆଙ୍କୁ ଅର୍ପଣ କରିଥାନ୍ତି । ସେ ଭାବବିହ୍ୱଳ ହୋଇ କହିଥିଲେ କି ତାଳଚେରରୁ ପୁରୀ ପ୍ରାୟ ୨ଶହ କିମି ହୋଇଥିଲେ ହେଁ ଏହାକୁ ଅତିକ୍ରମ କରିବାକୁ ମୋତେ ତାହା ୫କିମି ପରି ଲାଗିଥାଏ । ଯାତ୍ରାକଲା ବେଳେ ମୋତେ କୌଣସି ପ୍ରକାର ବାଧାବିଘ୍ନ ଜଣାପଡ଼ିନଥାଏ ଏବଂ ମୋତେ ଏକ ଅଲୌକିକ ଶକ୍ତି ପ୍ରଦାନ ହୋଇଥାଏ ବୋଲି ଅନୁଭବ କରିଥାଏ । ତାଳଚେର ବ୍ଳକରେ ରହିଥିବା ୨୧ଟି ପଂଚାୟତ ଏବଂ ପୌରପିଷଦର ୨୧ଗୋଟି ୱାର୍ଡ଼ ଘୂରୀବୁଲି ପୂଜ୍ୟଜିନିଷ ସଂଗ୍ରହ କରିବା ସହିତ ଭଗବାନଙ୍କ ଭକ୍ତି ଓ ସ୍ନେହରେ ଏବେ ସେ ହଜିଯାଇଛନ୍ତି । ଯେଉଁ ଭକ୍ତମାନେ କାଳିଆ ସାଆନ୍ତେଙ୍କ ସେବାରେ ତୁଳସୀପତ୍ର, ତୁଳସୀଧଣ୍ଡା, ଫଳମୂଳ ଇତ୍ୟାଦି ଦେବାକୁ ଇଚ୍ଛୁା ପ୍ରକାଶ କରୁଛନ୍ତି, ସେ ୬୩୭୦୯୦୪୩୩୪ ଏହି ନମ୍ବରେ ଯୋଗାଯେଗ କରିବାକୁ ଭକ୍ତ ଘନଶ୍ୟାମ ପ୍ରକାଶ କରିଛନ୍ତି ।ସେ ତାଳଚେର ମାଟିର ସୁଯୋଗ୍ୟ ସନ୍ତାନ ହୋଇଥିବାରୁ ତାଙ୍କୁ ପ୍ରତ୍ୟେକ ଛକସ୍ଥାନରେ ଭବ୍ୟସ୍ୱାଗତ କରିବା ସହିତ ତାଙ୍କର ଆଶୁ ଅରୋଗ୍ୟ ପାଇଁ ଜଗନ୍ନାଥଙ୍କ ପ୍ରକୋଟ କରିଛନ୍ତି ।

September 4, 2026/
No Comments


