ତାଳଚେର ନିତ୍ୟାନନ୍ଦ ଆଶ୍ରମରେ ଜନ୍ମାଷ୍ଟମୀ ପାଳିତ
ତାଳଚେର, ୨୬/୦୮ ତାଳଚେର ଟାଉନ ସ୍ଥିତ ଶ୍ରୀ ଶ୍ରୀ ପ୍ରଭୂ ନିତ୍ୟାନନ୍ଦଙ୍କ ଆଶ୍ରମରେ ପ୍ରଭୂ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଉତ୍ସବ ମହାଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି । ମଠକୁ ସୁସଜ୍ଜିତ କରାଯାଇ ରାଧାକୃଷ୍ଣ ପ୍ରତିମୂର୍ତି ପୂଜନ କରାଯାଇଥିଲା । ଏହି ଉତ୍ସବ କର୍ମକ୍ଳାନ୍ତ ଶରୀରର ଲାଘବ ପାଇଁ ମଣିଷ ଅବସର ଲୋଡ଼ା ଦିନକ ପାଇଁ ହେଉ କିମ୍ବା କିଛି ଦିନ ପାଇଁ ହେଉ ସୂମ୍ପୂର୍ଣ୍ଣ ଜଞ୍ଜାଳକୁ ଭୂଲିଯାଇ ଜୀବନକୁ ସରସ ସୁନ୍ଦରକରି ଉପଭୋଗ କରିବାକୁ ଏହି ପର୍ବ ପର୍ବାଣୀର ସୃଷ୍ଟି, ଜନ୍ମାଷ୍ଟମୀ ତନ୍ମଧ୍ୟରୁ ଅନ୍ୟତମ । ଦ୍ୱାପର ଯୁଗରେ ପୃଥିବୀ ପୃଷ୍ଠରେ ଯେତେବେଳେ ଅଧର୍ମ, ପାପ ଓ ଅତ୍ୟାଚାର ବୃଦ୍ଧି ପାଇଥିଲା ଭଗବାନ ବିଷ୍ଣୁଙ୍କ ଅଷ୍ଟମ ଅବତାର ଭାବରେ ଶ୍ରୀକୃଷ୍ଣ ମାତା ଦେବକୀଙ୍କ ଗଭୀରୁ ଜନ୍ମଗ୍ରହଣ କରିଥିଲେ । ସନାତନ ଧର୍ମର ଏହି ଦିନଟିକୁ ଏକ ମହାନ ଉତ୍ସବ ଭାବରେ ପାଳନ କରାଯାଏ । ଜନ୍ମାଷ୍ଟମୀର ଏହି ପବିତ୍ର ପର୍ବରେ ୧୨ଟି ମୁଖ୍ୟ ପରାମ୍ପରା ଓ ରୀତିନୀତିକୁ ପାଳନ କରାଯିବାର ବିଶେଷ ପ୍ରଚଳନ ରହିଛି, ଯାହା ଏହି ଉତ୍ସବକୁ ରୋଚକ ଓ ଭାବପୂର୍ଣ୍ଣ କରିଥାଏ । କିନ୍ତୁ ଜନ୍ମାଷ୍ଟମୀ ଦିନ ଆସିଲେ ଚିନ୍ତାକରନ୍ତି ଭଗବାନ ଶ୍ରୀକୃଷ୍ଣଙ୍କ କଥା । ଭାଦ୍ରବମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଏହି ପର୍ବ ସର୍ବତ୍ର ପାଳିତ ହୋଇଥାଏ । ଜନ୍ମାଷ୍ଟମୀ ସ୍ନାର୍ତ ଓ ବୈଷ୍ଣବ ମତରେ ଦୁଇଦିନ ପାଳିତ ହୋଇଥାଏ । ଗୌଡ଼ୀୟ ବୈଷ୍ଣବମାନେ ଜନ୍ମାଷ୍ଟମୀର ପରଦିନକୁ ‘ନନ୍ଦ ଉତ୍ସବ ଦିବସ’ ରୂପେ ପାଳନ କରନ୍ତି । ତେବେ ଆଜିର ଦିନରେ ରାଧାକୃଷ୍ଣ ମନ୍ଦିର ଗୁଡ଼ିକରେ ଖୋଳତାଳ ଧରି ଆନନ୍ଦ ସହାକାରେ ପାଳନ କରାଯାଇଥାଏ । ଆଜିର ଦିନରେ ବ୍ରତ ପାଳନ କରୁଥିବା ବ୍ରତାଧାରୀମାନେ କିଛି ପୂର୍ଣ୍ଣ୍ୟ ଅର୍ଜନ କରିବା ନିମନ୍ତେ ବ୍ରାହ୍ମଣମାନଙ୍କୁ ଫଳମୂଳ ଇତ୍ୟାଦି ସେବନ କରାଇଥାନ୍ତି । ଏହି ଜନ୍ମାଷ୍ଟମୀ ଉତ୍ସବରେ ଆଶ୍ରମର ଚର୍ତୁପାଶ୍ୱର୍ ଧୂପ, ଦୀପ, ନୈବେଦ୍ୟ ବାସ ହେବାସହ ସଂର୍କୀର୍ତନରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଉତ୍ସବ ସେବକ ଗୋଲଖଚନ୍ଦ୍ର ଆଚାର୍ଯ୍ୟ, ବାବା ଆନନ୍ଦ ଗୋପାଳ ଦାସ ପୂଜାକାନ୍ତିରେ ଉପସ୍ଥିତ ରହିବା ସହ ଜିତୁ ଶତପଥୀ, ଅକ୍ଷୟ ମହାରଣା, ଦେବେନ୍ଦ୍ର ସାହୁ, ଅମ୍ବିକା ପ୍ରସାଦ ଦାସ, ବାବୁନା, ପ୍ରୀତି, କୁମାର ରମେଶ, ଟୁଟୁ, ଓକେ, ଟିିଙ୍କୁ, ଶିବା, ତ୍ରିନାଥ ଓ ଆଶ୍ରମର ଅନ୍ୟଭକ୍ତମାନେ ଉପସ୍ଥିତଥିଲେ । ପୁରପଲ୍ଲୀ ଠାରୁ ଆରମ୍ଭ କରି ଆଜି ଶହଶହ ଭକ୍ତମାନେ ପ୍ରଭୂଙ୍କ ସାନିଧ୍ୟଲାଭ କରିବାକୁ ଉପବାସ କରିବା ସହ ରାଧାକୃଷ୍ଣଙ୍କ ମନ୍ଦିରକୁ ଦର୍ଶନ କରିବାକୁ ଭିଡ଼ ଜମିଥିବା ଦେଖିବାକୁ ମିଳିଛି ।

September 4, 2026/
No Comments


