ଉନ୍ମୋଚିତ ହେଲା ଉମା ଶଙ୍କର କରଙ୍କ ରଚିତ ଦୁଇଗୋଟି ଇଂରାଜୀ ପୁସ୍ତକ ” ଟେଲସ ଫ୍ରମ ଟେଲ ଭେଲି” ,ଓ “ଲିଗାସୀ ଅଫ୍ କଲାହାଣ୍ଡି”
ଭବାନୀପାଟଣା, ତା ୦୬। ୦୯।୨୬
ଭବାନୀପାଟଣା ଅମଲା ଭବନ ଠାରେ ଉନ୍ମୋଚିତ ହୋଇଯାଇଛି ଉମା ଶଙ୍କର କରଙ୍କ ଦ୍ୱାରା ରଚିତ ଦୁଇ ଗୋଟି ଇଂରାଜୀ ପୁସ୍ତକ “Tales from Tel Valley ” ଏବଂ “Legacy of Kalahandi” ଉନ୍ମୋଚନୀ ସମାରୋହରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲାପାଳ ଶ୍ରୀଯୁକ୍ତ ପାୱାର ସଚିନ ପ୍ରକାଶ ଯୋଗ ଦେବା ସହ ପୁସ୍ତକ ଦ୍ଵୟର ଉନ୍ମୋଚ କରିଥିଲେ। ଶ୍ରୀଯୁକ୍ତ କର ଜିଲ୍ଲାର ଜଣେ ସୁପ୍ରତିଷ୍ଟିତ ଲେଖକ, ସାରସ୍ୱତ ସାହିତ୍ୟ ସାଧକ, ଗାଳ୍ପିକ ଏକାଧାରରେ ସେ ଜଣେ ଜଣାଶୁଣା ସଂସ୍କୃତି ଗବେଷକ ତଥା ବରିଷ୍ଠ ସାମ୍ବାଦିକ । ପିଲା ଦିନୁ ଲେଖା ପଢ଼ାରେ ରୁଚି ରଖିଥିବା ଶ୍ରୀ କର ଆଜି ଜିଲା ତଥା ରାଜ୍ୟ ର ଜଣେ ସୁ ପ୍ରତିଷ୍ଠିତ ଲେଖକ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି।ତାଙ୍କରି ଲିଖନୀ ମୁନରୁ ଉଧୃତ ଦୁଇଗୋଟି ପୁସ୍ତକ ଟେଲ ଭେଲି,ଓ ଲିଗାସୀ ଅଫ୍ କଳାହାଣ୍ଡି , ଜିଲାର ଗୌରବମୟ ଇତିହାସ,ଐତିହ, ପରମ୍ପରା ଏବଂ ଜୀବନ ଜିଇଁବାର କଳା କୌଶଳକୁ ଆଗାମୀ ପିଢ଼ି ପାଇଁ ହୃଦୟରେ ସାଇତି ରଖିବାକୁ ଏକ ସୁନ୍ଦର ପ୍ରୟାସ କରିପାରିଛନ୍ତି।ଏହି ଦୁଇଗୋଟି ପୁସ୍ତକ ସହ ୨୦ତମ ପୁସ୍ତକ ରଚନାର ସଫଳତା ସେ ପାଇସାରିଛନ୍ତି । ତାଙ୍କ ରଚିତ ପୁସ୍ତକ ମଧ୍ୟରେ କଳାହାଣ୍ଡିର କଥା, ମାଣିକ୍ୟ ଦେବୀ ମାଣିକେଶ୍ବରୀ, ଐତିହାସିକ ଦୁର୍ଗ ଅସୁର ଗଡ, କାଳନ୍ତରରେ କାନ୍ତାରକ ଆଦି ପାଠକ ପାଠିକା ଙ୍କ ନିକଟରେ ବେଶ ଆଦୃତ ଲାଭ କରିପାରିଛି । ଉକ୍ତ ଉନ୍ମୋଚନୀ ସମାରୋହରେ ସମ୍ମାନିତ ଅତିଥି ଭାବେ ମା ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟ ଇଂରାଜୀ ବିଭାଗର ମୁଖ୍ୟ ଡ଼. ଜୟଦେବ ସାହୁ, ଇତିହାସ ବିଭାଗର ମୁଖ୍ୟ ଡ଼. ନଳିନୀକାନ୍ତ ରଣା, ପ୍ରଗତି ଇନଷ୍ଟିଚୁଟ ର ଅଦ୍ଧକ୍ଷ୍ୟ ଶ୍ରୀଯୁକ୍ତ ଅଜୟ କୁମାର ପଣ୍ଡା, ଏବଂ ଲେଖକ ଶ୍ରୀଯୁକ୍ତ ଉମା ଶଙ୍କର କର ଉପସ୍ଥିତ ରହି ନିଜ ନିଜର ଅଭିଭାଷଣ ପ୍ରଦାନ କରିବା ସହ ଲୋକାର୍ପିତ ପୁସ୍ତକ ସମ୍ବନ୍ଧିୟ ସାମ୍ୟକ ସୂଚନା ମଧ୍ୟ ପାଠକ ପାଠିକା ଙ୍କ ଉଦ୍ୟାଶ ରେ ନିଜର ମୂଲ୍ୟବାନ ବକ୍ତ୍ୟବ ରଖିଥିଲେ। କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ସତ୍ୟନାରାୟଣ ମହାପାତ୍ର ସଂଚାଳନ କରିଥିବା ବେଳେ ଶ୍ରୀଯୁକ୍ତ କରଙ୍କ ସହଧର୍ମିଣୀ ଜିଲ୍ଲା ର ଗର୍ବ ଏବଂ ଗୌରବ ତଥା ସୁପ୍ରତିଷ୍ଠିତ ଲେଖିକା ଶ୍ରୀମତୀ ଦେବହୂତି କର ଧନ୍ୟବାଦ ଅର୍ପଣ କରିଥିଲେ।ଏବଂ ଉକ୍ତ ସମାରୋହରେ ଜିଲାର ବହୁ ସାମ୍ବାଦିକ, ସାହିତ୍ୟିକ, ବୁଦ୍ଧିଜୀବୀ ଏବଂ ବିଶିଷ୍ଟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।



