ବଡ଼ବିଲ ପୋଲିସକୁ ମିଳିଛି ବଡ଼ସଫଳତା, ନକଲି ଲୁବ୍ରିକେଣ୍ଟ ସହ ଗାଡ଼ି,ନଗଦ ଟଙ୍କା ଓ ଅଭିଯୁକ୍ତ ଗିରଫ

କେନ୍ଦୁଝର ଜିଲ୍ଲା ବଡ଼ବିଲ ପୋଲିସ୍ କୁ ମିଳିଛି ବଡ଼ ସଫଳତା, ନକଲି ଲୁବ୍ରିକେଣ୍ଟ ତିଆରି ଗୋଦାମ ଠାବ ୧୮୨ଟି କୋଡ଼ିଏ ଲିଟର ଲୁବ୍ରିକେଣ୍ଟ ବାଲ୍ଟି ଜବତ୍ ହୋଣ୍ଡାଇକ୍ରେଟା କାର୍ ,ଗୋଟିଏ ବୋଲେରୋ, ହଜାରେ ଲିଟର ବିଶିଷ୍ଟ ଖାଲି ଟ୍ୟାଙ୍କର ଏକ ଫିଲ୍ଟର ମେସିନ୍ ନକଲି ହୋଲୋଗ୍ରାମ୍ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ନେଇ ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବେନ୍ଦ୍ର ନାଥ ପିଙ୍ଗୁଆ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ ଅଞ୍ଚଳରେ TATA ଓ GULF କମ୍ପାନୀର ନକଲି ଲୁବ୍ରିକେଣ୍ଟ ବିକ୍ରି ହେଉଥିବା ଖବର ପାଇ ବଡ଼ବିଲ ପୋଲିସ୍ ଆକ୍ସନ ମୁଡ଼ରେ ଆସିଥିଲା ଏବଂ ଏହାର ତଦନ୍ତ କରି ଢେଙ୍କାନାଳ ସଦାଶିବପୂର୍ ଅଞ୍ଚଳର ଉତ୍ପାଦକ ଶ୍ରୀକାନ୍ତ କୁମାର ହୋତା, ଯୋଗାଣ କାରୀ ରାଜସ୍ଥାନ ଅଞ୍ଚଳର ଦିପା ରାମ୍ ଓ ରେଖାରାମ୍ ଓ ଜଣେ ଶ୍ରମିକ ମହେଶ କୁମାର କୁ ଗିରଫ କରାଯାଇଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



