ବ୍ରାହ୍ମଣୀନଦୀକୁ ଗାଧୋଇବାକୁ ଯାଇ ନିଖୋଜ
ତାଳଚେର ୦୭/୦୯ ଗତକାଲି ରାତ୍ରି ୯ଟା ସମୟରେ ତାଳଚେର ପୌରପରିଷଦ ରେମୁଁଆ ଅଂଚଳର ବିିକେନ୍ଦ୍ର ଦ୍ୱିବେଦୀ (୫୪)ବ୍ରାହ୍ମଣୀନଦୀର ଜଗନ୍ନାଥ ତୁଠକୁ ଯାଇ ସେଠାରେ ପ୍ୟାଂଟ, ସାର୍ଟ, ଚପଲ ରଖି ସେଠାରୁ କୁଆଡ଼େ ଗଲେ କାହାକୁ ବି ଜଣାନଥିବା ଘଟଣା ଏବେ ଚର୍ଚ୍ଚାର ମୁଖ୍ୟ ବିଷୟ ହୋଇଛି । କେହି କୁହନ୍ତି ଗାଧୋଇବାକୁ ଯାଇ ପାଣିର ସ୍ରୋତ ପ୍ରଖର ଥିବାରୁ ଭାସି ଯାଇଥିବା ବେଳେ ଆଉ କିଏ କୁହନ୍ତି ପ୍ୟାଂଟ, ସାର୍ଟ, ଚପଲ ରଖି ସେଠାରୁ କୌଶଳକ୍ରମେ ତାଙ୍କୁ ୍ରପହରଣ କରି ନିଆଯାଇଛି । ପରିବାର ବର୍ଗ ବହୁ ଖୋଜାଖୋଜି କରିବାପରେ ଜଗନନ୍ନାଥ ତୁଠକୁ ଯାଇ ତାଙ୍କର ଚପଲ, ପ୍ୟାଂଟ, ସାର୍ଟକୁ ଚିହ୍ନଟ କରିଥିବା ପୋଲିସ୍ ସୂତ୍ରରୁ ଜଣାପଡ଼ିଛି । ଏହାକୁ ନେଇ ଏବେ ପୋଲିସ୍ ତଦନ୍ତ ଜାରି ରଖିଛି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପଂହଚି ଖୋଜାଖୋଜି କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସନ୍ଧାନ ପାଇନଥିବା ଜଣାପଡ଼ିଛି ।

September 8, 2026/
No Comments


