ପୋଲିସ ପକ୍ଷରୁ ବିକଟାଳ ଶଦ୍ଦପ୍ରଦ୍ୟୁଷଣ ୧୦ବୁଲେଟ୍ ଜବତ
୬୭ହଜାର ଫାଇନ ଆଦାୟ
ତାଳଚେର ୦୮/୦୯ ଆଗକୁ ବାବା ଗଣପତିଙ୍କର ପୂଜାଉତ୍ସବ ଥିବାରୁ ଏହାକୁ ଦୃଷ୍ଟିରେ ରଖି ବିକଟାଳ ଶଦ୍ଦ କରୁଥିବା ବାଇକ ଗୁଡ଼ିକ ଟାର୍ଗେଟ କରି ଆଜି ତାଳଚେର କୋଲିୟରୀ ପୋଲିସ୍ ପକ୍ଷରୁ ଛକ, ମାର୍କେଟ, ରାଜପଥ ଓ ବିଭିନ୍ନ ରାସ୍ତା ଯୋରଦାର ଚଢ଼ାଉ କରିବା କରିବା ସହ ୧୦ଟି ବୁଲେଟ୍ ଜବତ କରିବା ସହ ୬୭ହାଜାର ଫାଇନ ଆଦାୟ କରାଯାଇଛି । ଏହି ବୁଲେଟ ଗୁଡ଼ିକ ପ୍ରଚଣ୍ଡ ଶଦ୍ଦ ସହ ବସଭଳି ହର୍ଣ୍ଣ ବଜାଇ ମାର୍କେଟ ଗୁଡ଼ିକରେ ଚଳପ୍ରଚଳ କରୁଥିବାରୁ ବୃଦ୍ଧ, ବୃଦ୍ଧା, ଛୋଟପିଲା, ହୃଦରୋଗୀ ଆଦି ଚମକି କାନରେ ହାତ ଦେଇଥାନ୍ତି । ବାରମ୍ବାର ଅଭିଯୋଗ ହେବାପରେ ପୋଲିସ ପକ୍ଷରୁ ବ୍ୟାପକ ଚଢ଼ାଉ କରାଯାଇ ଉକ୍ତ ବୁଲେଟ ଗୁଡ଼ିକୁ ଜବତ କରିଥିବା ଘଟଣା ନିଶ୍ଚିତଭାବେ ସ୍ୱାଗତଯୋଗ୍ୟ ପଦକ୍ଷେପ । ତେବେ ଏହି ଚଢ଼ାଉ ଆଗାମୀ ଦିନରେ ଜାରି ରହିଲେ ନିଶ୍ଚତଭାବେ ରୋଡ଼ ରୋମିଓ ସାବାଡ଼୍ ହେବେ ବୋଲି ଶୁଣାଯାଉଛି । ତେବେ ଗତକାଲି ତାଳଚେର ଟାନ ପୋଲିସ୍ ୧୨ଟି ବୁଲେଟ୍ ଜବତ କରିଥିବା ବେଳେ ଆଜି କୋଲିୟରୀ ପୋଲିସ୍ ୧୦ଟି ଜବତ କରିଛି ।

September 8, 2026/
No Comments


