୫ମାସ ନପୁରୁଣୁ ତାଳଚେର ଉପଜିଲ୍ଳାପାଳଙ୍କ ବଦଳି
ତାଳଚେର ୦୮/୦୯ ରାଜ୍ୟ ସରକାର ନଂ ୨୮୭୫୬ ନୋଟିଫିକେଶନ୍ ଅନୁଯାୟୀ ପ୍ରଜ୍ଞାନନ୍ଦନ ଗିରି ଆଇଏଏସ୍ଙ୍କୁ ତାଳଚେର ଉପଜିଲ୍ଳାପାଳ ଭାବେ ଦାୟୀତ୍ୱ ପ୍ରଦାନ କରାଯାଇଥିବା ବେଳେ ମାତ୍ର ୫ମାସ ନପୁରୁଣୁ ତାଳଚେର ଉପଜିଲ୍ଳାପାଳ ଆଶିଷରଞ୍ଜନ ସାହୁଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବା ଘଟଣା ବିଭିନ୍ନ ମହଲରେ ଆଲୋଚନାର ମୁଖ୍ୟ ବିଷୟ ହୋଇଛି । ଶ୍ରୀ ସାହୁ ୩୧/୦୩/୨୦୨୬ରେ ତାଳଚେର ଉପଜିଳ୍ଳାପାଳ ଭାବେ ଦାୟୀତ୍ୱ ଗ୍ରହଣ କରିଥିଲେ । ସେ ଏହି ଅଂଚଳରେ ବେଶ ଜଣେ ଭଲ ଉପଜିଲ୍ଳାପାଳ ଓ କାର୍ଯ୍ୟଦକ୍ଷତା ପ୍ରଗାଢ଼ ଜ୍ଞାନ ରହିଥିଲା ବୋଲି ଚର୍ଚ୍ଚା ଯୋରଧରିଛି ଓ ତାଳଚେର ଉନ୍ନୟନ ମୂଳକ କାମ ଆରମ୍ଭ କରି ଆସୁଥିବା ବେଳେ ତାଙ୍କୁ ଅନ୍ୟତ୍ର ବଦଳିକୁ ଲୋକମାନେ ସହଜରେ ହଜମ କରିପାରୁ ନାହାନ୍ତି । ସେ ଜଣେ ମିଷ୍ଠଭାଷୀ ଓ ଦୁଃଖୀରଙ୍କିଙ୍କ କଥା ବେଶ ହୃଦୟଙ୍ଗମ କରି ଆଶୁ ସମାଧାନ କରିବାକୁ ଚେଷ୍ଟା କରିଥାନ୍ତି । ଯଦି ଜଣେ ଉପଜିଲ୍ଳାପାଳ ତାଳଚେର ଭଳି ଏକ ଶିଳ୍ପାଚଂଳରେ ମାତ୍ର ୫ମାସ ରହିବେ ତେବେ ଏଠାରେ ଉନ୍ନୟନ ମୂଳକ କାର୍ଯ୍ୟ କିପରି ହେବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

September 8, 2026/
No Comments


