ବିଶ୍ୱକର୍ମା ପୂଜା ପାଇଁ ନାଲକୋନଗରରେ ଉତ୍ସବମୁଖର ପରିବେଶ
ଆକର୍ଷଣୀୟ ତୋରଣ ନିର୍ମାଣ ପାଇଁ ଜୋରଦାର ପ୍ରସ୍ତୁତି
ଅନୁଗୋଳ: ଆସନ୍ତା ବିଶ୍ୱକର୍ମା ପୂଜାକୁ ନେଇ ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନାଲକୋନଗର ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନା ଦେଖାଦେଇଛି। ପୂଜାକୁ ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ ଆୟୋଜକମାନଙ୍କ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି।
ପୂଜାମଣ୍ଡପ ସମେତ ଅଞ୍ଚଳର ସୌନ୍ଦର୍ଯ୍ୟବର୍ଦ୍ଧନ ନିମନ୍ତେ ବିଭିନ୍ନ ପ୍ରକାର ସାଜସଜ୍ଜା କାର୍ଯ୍ୟ ଆରମ୍ଭ ହୋଇଛି। ବିଶେଷକରି ଆକର୍ଷଣୀୟ ତୋରଣ ନିର୍ମାଣ ପାଇଁ କାରିଗରମାନେ ବାଉଁଶ ବାନ୍ଧିବା କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି। ଦିନରାତି ଏକ କରି କାରିଗରମାନେ ତୋରଣର ଢାଞ୍ଚା ପ୍ରସ୍ତୁତ କରୁଥିବା ବେଳେ ଖୁବଶୀଘ୍ର ଏହାକୁ ଆକର୍ଷଣୀୟ ରୂପ ଦିଆଯିବ ବୋଲି ଜଣାପଡ଼ିଛି।
ବିଶ୍ୱକର୍ମା ପୂଜା ଅବସରରେ ନାଲକୋନଗରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହେବା ଆଶା କରାଯାଉଛି। ପୂଜାକୁ ଶାନ୍ତିଶୃଙ୍ଖଳା ଓ ଆନନ୍ଦମୟ ପରିବେଶରେ ପାଳନ କରିବା ପାଇଁ ଆୟୋଜକମାନେ ବିଭିନ୍ନ ପ୍ରସ୍ତୁତି ଚଳାଇଛନ୍ତି।



