ମହାନଦୀ ହାଇସ୍କୁଲ ହଣ୍ଡପାରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ

ହଣ୍ଡପା, ୮ ସେପ୍ଟେମ୍ବର ୨୦୨୬: ମହାନଦୀ ହାଇସ୍କୁଲ, ହଣ୍ଡପା ପରିସରରେ ବିଶ୍ୱ ଯୁବ କେନ୍ଦ୍ର, ବାଣିନାଲି ପକ୍ଷରୁ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ଉତ୍ସାହ ଓ ସଚେତନତାର ସହ ପାଳନ କରାଯାଇଥିଲା।

ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ରାପିଡ୍ ରାଉଣ୍ଡ କୁଇଜ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଛାତ୍ରଛାତ୍ରୀମାନେ ଉତ୍ସାହର ସହ ପ୍ରତିଯୋଗିତାରେ ଭାଗ ନେଇ ନିଜର ଜ୍ଞାନ ଓ ପ୍ରତିଭା ପ୍ରଦର୍ଶନ କରିଥିଲେ।
କାର୍ଯ୍ୟକ୍ରମରେ ବିଶ୍ୱ ଯୁବ କେନ୍ଦ୍ରର ସଭାପତି ବସନ୍ତ ପ୍ରଧାନ ଓ ସମ୍ପାଦକ ମନୋଜ କୁମାର ମହାପାତ୍ର ଛାତ୍ରଛାତ୍ରୀଙ୍କୁ ଆନ୍ତର୍ଜାତୀୟ ସାକ୍ଷରତା ଦିବସର ଗୁରୁତ୍ୱ, ଶିକ୍ଷାର ଆବଶ୍ୟକତା ଓ ସାକ୍ଷରତାର ମହତ୍ତ୍ୱ ସମ୍ପର୍କରେ ଉଦ୍ବୋଧନ ଦେଇଥିଲେ। ଏଥିସହିତ ଶିଶୁ ସୁରକ୍ଷା ଓ ଶିଶୁ ଅଧିକାର ବିଷୟରେ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା।

ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଶୋକ କୁମାର ଜେନା ଓ ଶିକ୍ଷକ ଦିଲୀପ କୁମାର ସାହୁଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।
ବିଶ୍ୱ ଯୁବ କେନ୍ଦ୍ରର ଅନ୍ୟାନ୍ୟ କର୍ମଚାରୀମାନେ କାର୍ଯ୍ୟକ୍ରମର ସମନ୍ୱୟ ଓ ପରିଚାଳନାରେ ସହଯୋଗ କରିଥିଲେ। ଶିକ୍ଷାର ମହତ୍ତ୍ୱ, ସାକ୍ଷରତାର ପ୍ରସାର ଏବଂ ଶିଶୁ ସୁରକ୍ଷା ପ୍ରତି ସଚେତନତା ବୃଦ୍ଧି କରିବାରେ ଏହି କାର୍ଯ୍ୟକ୍ରମ ଏକ ସକାରାତ୍ମକ ପଦକ୍ଷେପ ଭାବେ ପରିଗଣିତ ହୋଇଥିଲା



