ଏସିଆ କପ୍ ବିଜୟୀ ଭାରତୀୟ ମହିଳା କ୍ରିକେଟ୍ ଦଳକୁ ମୋଦୀଙ୍କ ଅଭିନନ୍ଦନ
ନୂଆଦିଲ୍ଲୀ, ୧୪/୯: ଏସିଆ କପ୍ ଜିତି ଦେଶ ପାଇଁ ଗୌରବ ଆଣିଥିବା ଭାରତୀୟ ମହିଳା କ୍ରିକେଟ୍ ଦଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି।
ଏହି ବିଜୟ ଭାରତୀୟ କ୍ରିକେଟ୍ ପାଇଁ ଏକ ଗର୍ବର ମୁହୂର୍ତ୍ତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସମଗ୍ର ପ୍ରତିଯୋଗିତାରେ ଦଳର ଆତ୍ମବିଶ୍ୱାସ, ନିରନ୍ତର ପ୍ରଦର୍ଶନ ଏବଂ ଅଦମ୍ୟ ଉତ୍ସାହ ବେଶ୍ ପ୍ରଶଂସନୀୟ ଥିଲା ବୋଲି ସେ ଉଲ୍ଲେଖ କରିଛନ୍ତି।
ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ପୋଷ୍ଟ ମାଧ୍ୟମରେ ମୋଦୀ ଲେଖିଛନ୍ତି, “ଭାରତୀୟ କ୍ରିକେଟ୍ ପାଇଁ ଗର୍ବର ମୁହୂର୍ତ୍ତ! ଏସିଆ କପ୍ ବିଜୟ ପାଇଁ ମହିଳା ଦଳକୁ ଅଭିନନ୍ଦନ। ସମଗ୍ର ପ୍ରତିଯୋଗିତାରେ ସେମାନଙ୍କ ଆତ୍ମବିଶ୍ୱାସ, ନିରନ୍ତରତା ଏବଂ ଉଲ୍ଲେଖନୀୟ ଉତ୍ସାହ ସ୍ପଷ୍ଟ ଭାବେ ପ୍ରତିଫଳିତ ହୋଇଥିଲା।”
ଏହି ବିଜୟ ଦେଶର ଲକ୍ଷ ଲକ୍ଷ ଯୁବପିଢ଼ିଙ୍କୁ କ୍ରୀଡ଼ା ପ୍ରତି ଆକର୍ଷିତ କରିବା ସହ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ପ୍ରେରଣା ଯୋଗାଇବ ବୋଲି ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।



