ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଦୁଦୁରକେଟରେ ଦୀପ ପ୍ରଜ୍ୱଳନ
ଢେଙ୍କାନାଳ /ଦୁଦୁରକେଟ: ଭାରତର ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଦୁଦୁରକେଟ ଗ୍ରାମର ରାମଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ଏକ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଆଜି ସନ୍ଧ୍ୟା ୫ଟା ସମୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ ଜନସାଧାରଣ ଯୋଗଦେଇ ଦୀପ ପ୍ରଜ୍ୱଳନ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରି ପ୍ରାର୍ଥନା କରାଯାଇଥିଲା।
କାର୍ଯ୍ୟକ୍ରମରେ ଉପସଭାପତି ବୀରେନ୍ଦ୍ର ସାମଲଙ୍କ ସମେତ ଜଗମୋହନ ପଟ୍ଟନାୟକ, ଆଦେଶ୍ୱର ମାଝୀ, ବଦ୍ରିକା ପଟ୍ଟନାୟକ, ଶ୍ରୀକାନ୍ତ ଗଡ଼ନାୟକ ଓ ଗୋବିନ୍ଦ ସାମଲଙ୍କ ସହଯୋଗ ରହିଥିଲା। ଦୀପ ପ୍ରଜ୍ୱଳନ ମାଧ୍ୟମରେ ଉପସ୍ଥିତ ଲୋକମାନେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନକୁ ଶୁଭେଚ୍ଛା ଓ ଶୁଭକାମନା ସହ ପାଳନ କରିଥିଲେ।



