*ଗୋଲ୍ଡେନ ଷ୍ଟାର କ୍ଲବ୍ ବଣିଆ ସାହି ମିନା ବଜାର ଢେ଼ଙ୍କାନାଳ ବିଶ୍ଵକର୍ମା ପୂଜା ପ୍ରତିଷ୍ଠାନ ପକ୍ଷରୁ ୩୯ ତମ ବିଶ୍ୱକର୍ମା ପୂଜା ପାଳିତ
ଗୋଲ୍ଡେନ ଷ୍ଟାର କ୍ଲବ୍ ବଣିଆ ସାହି ମିନା ବଜାର ଢେ଼ଙ୍କାନାଳ ବିଶ୍ଵକର୍ମା ପୂଜା ପ୍ରତିଷ୍ଠାନ ପକ୍ଷରୁ ୩୯ ତମ ବିଶ୍ୱକର୍ମା ପୂଜା ଧୁମ୍ ଧାମରେ ପାଳିତ ହୋଇଯାଇଛି।
ପୂଜା ଅବସରରେ କଳସ ପୂଜା, ମଣ୍ଡଳ ପୂଜା ସହ ଭଗବାନ ବିଶ୍ୱକର୍ମାଙ୍କୁ ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା କରାଯାଇଥିଲା। ଏଥିସହ ହୋମଯଜ୍ଞ କରାଯିବା ସହ ବିଭିନ୍ନ ପ୍ରକାର ଭୋଗ ଅର୍ପଣ କରାଯାଇଥିଲା।
ଏହି ପୂଜା ଉତ୍ସବରେ ସଂଘ ସଭାପତି ତୁଷାର ରଞ୍ଜନ ମହାପାତ୍ର ସମ୍ପାଦକ ଅରୁଣ ମହାପାତ୍ର ସମେତ ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ଥିଲେ।
ସମସ୍ତଙ୍କ ଉପସ୍ଥିତିରେ ଭକ୍ତିମୟ ପରିବେଶ ମଧ୍ୟରେ ବିଶ୍ୱକର୍ମା ପୂଜା ଉତ୍ସବ ସମ୍ପନ୍ନ ହୋଇଥିଲା।


