ସୁରଭି ମହିଳା ମଣ୍ଡଳ ପକ୍ଷରୁ ୫୬ୟୁନିଟ୍ ରକ୍ତ ସଂଗ୍ରହ
ତାଳଚେର, ୧୮/୦୯ ଏମସିଏଲ ଭରତପୁର ଅଂଚଳର ସୁରଭି ମହିଳାମଣ୍ଡଳ ପକ୍ଷରୁ ଆଜି ଭରତପୁର କଲୋନୀ ସ୍ଥିତ ବ୍ରାହ୍ମଣୀ କ୍ଲବ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସୁରଭି ମହିଳା ମଣ୍ଡଳ ସଭାପତି ମହୁଆ ଚୌଧୁରୀ, ସମ୍ପାଦିକା ରୀନା ମାଝୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭରତପୁର ମହାପ୍ରବନ୍ଧକ କେବି ଚୌଧୁରୀ ପ୍ରଦୀପପ୍ରଜ୍ଜଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଭରତପୁର ଓସିପିର ପ୍ରକଳ୍ପ ଅଧିକାରୀ ଦିବାକର ମାଝୀ, ଚିକିତ୍ସା ଅଧିକାରୀ ଡ଼ା. ସ୍ନେହଲତା ତିର୍କି, ମାନବସମ୍ବଳ ପରିଚାଳନା ଆଲୋକ ଜୋଜୋୱାର, ଭରତପୁର ଅଂଚଳରର ବିଭିନ୍ନ ବିଭାଗୀୟ କର୍ମଚାରୀ, ଟ୍ରେଡ଼ ୟୁନିୟନ ନେତା ଏବଂ ସୁରଭି ମହିଳାମଣ୍ଡଳର ସଦସ୍ୟମାନେ ଉପସ୍ଥିତ ଥିଲେ । ଜନସାଧାରଣଙ୍କୁ ସମ୍ବର୍ଦ୍ଧିତ କରି ମୁଖ୍ୟଅତିଥି ଜିଏମ ଶ୍ରୀ ଚୌଧୁରୀ ରକ୍ତଦାନ ଶିବିର ଆୟୋଜନ କରୁଥିବାରୁ ସୁରଭି ମହିଳାମଣ୍ଡଳର ଏହି ମହତ ପ୍ରୟାସକୁ ପ୍ରସଂଶା କରିବା ସହ ସମାଜପାଇଁ ଏଭଳି ମାନବୀୟ କାର୍ଯ୍ୟକଳାପ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ମହୁଆ ଚୌଧୁରୀ ମୂଲ୍ୟବାନ ମାନବ ଜୀବନ ରକ୍ଷା କରିବାରେ ରକ୍ତାଦନ ଗୁରୁତ୍ୱପୂର୍ଣ୍ଣ ଭୂମିକା ବଖାଣିଥିଲେ । ‘ରକ୍ତ ଦିଅନ୍ତୁ ନାୟକ ହୁଅନ୍ତୁ’ ବୋଲି ଉପସ୍ଥିତ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ । ଏହି ଶିବିରୁ ମୋଟ ୫୬ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା ।

September 18, 2026/
No Comments


