ଆର୍ଟ ଅଫ ଗିଭିଂ ପରିବାର ତରଫରୁ ଅସହାୟ ପରିବାର କୁ ନୁଆଁଖାଇ ଭେଟି

ଫାଶୀମାଲ ତା ୧୮/୯, ଅଚ୍ୟୁତ ସାମନ୍ତ ଙ୍କ ଅକ୍ଲାନ୍ତ ପରିଶ୍ରମ ରେ ସୃଷ୍ଟି ହୋଇଥିବା ଆର୍ଟ ଅଫ ଗିଭିଂ ପରିବାର ସହଯୋଗ ରେ ଆଜି ଗୋଟିଏ ଅସହାୟ ପରିବାର ମୁହଁ ରେ ହସ ଫୁଟି ଉଠିଛି, ପଶ୍ଚିମ ଓଡିଶା ର ଗଣ ପର୍ବ ନୁଆଁଖାଇ ଅବସର ରେ ଜମନକିରା ବ୍ଲକ ଅନ୍ତର୍ଗତ ପୁକୁଡା ଗ୍ରାମର ଖଇରୀ ଦେହୁରୀ ଙ୍କ ଅସହାୟ ପରିବାର କୁ ଆଜି ନବାର୍ଣ୍ଣ ଭକ୍ଷଣ ପାଈଁ ରାସନ ସାମଗ୍ରୀ ପ୍ରଦାନ କରାଯାଇଛି, ପ୍ରକାଶ ଥାଉ କି ସାତ ବର୍ଷ ପୂର୍ବରୁ ଖଇରୀ ଙ୍କ ପୁଅ ଙ୍କ ମୃତ୍ୟୁ ହୋଇଥିଲା କିଛି ବର୍ଷ ବ୍ୟବଧାନ ରେ ଖଇରୀ ଙ୍କ ସ୍ୱାମୀ ଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା ଏହା ପରେ ପାଞ୍ଚ ପୁଅଝିଅ ଙ୍କୁ ଛାଡି ତାଙ୍କ ବୋହୁ କୋଆଡେ ଚାଲିଯାଇଥିଲେ, ପାଞ୍ଚ ନାତି ନାତୁଣୀ ଙ୍କ ଭାର ପଡି ଥିଲା ଖଇରୀ ଙ୍କ ଉପରେ ବୟସ ର ଅପରାହ୍ନ ରେ କଷ୍ଟେ ମଷ୍ଟେ ପୋଡ଼ଶୀ ଙ୍କ ସହାୟତା ରେ ପରିବାର ଚଳାଉଛନ୍ତି ପରିବାର,ଆଜି ଖଇରୀ ଙ୍କ ପରିବାର ନୁଆଁ ଖାଉଥିବା ଜାଣି ଆର୍ଟ ଅଫ ଗିଭିଂ ପରିବାର ତାଙ୍କ ଘରକୁ ଯାଇ ନୂଆଁଖାଇ ପାଈଁ ରାସନ ସାମଗ୍ରୀ ପ୍ରଦାନ କରିଥିଲେ,ଏ ଅବସର ରେ ଫାଶୀମାଲ ସରପଞ୍ଚ ମାଧବୀଲତା ବରିହା ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରିଥିଲେ,ଆଜି ର ଏଇ ସାହାଯ୍ୟ ସମୟ ରେ ଯୁବ ସାମ୍ବାଦିକ ଜିତେନ୍ଦ୍ର ମୁଦୁଲି ସମାଜ ସେବୀ ନରେନ୍ଦ୍ର ସାହୁ ଉପସ୍ଥିତ ଥିଲେ



