ମୋଦୀଙ୍କ ଜନ୍ମଦିନରେ ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ରରେ ଦୀପ ପ୍ରଜ୍ୱଳନ, ଦୀର୍ଘାୟୁ କାମନା କଲେ ବିଧାୟକ
ଅନୁଗୋଳ: ପ୍ରଧାନମନ୍ତ୍ରୀ ଙ୍କ ୭୬ତମ ଜନ୍ମଦିନ ଅବସରରେ ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି ଅବସରରେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଦଳୀୟ ନେତୃବୃନ୍ଦଙ୍କ ସହ ମିଶି ଦୀପ ପ୍ରଜ୍ୱଳନ କରିଥିଲେ। ଏଥିସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ, ନିରାମୟ ଓ ସୁଖମୟ ଜୀବନ ପାଇଁ ପ୍ରାର୍ଥନା କରିଥିଲେ।
ବିଧାୟକ ଶ୍ରୀ ପ୍ରଧାନ କହିଥିଲେ ଯେ, ଦେଶ ସେବା ଓ ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ଭୂମିକା ଆହୁରି ସୁଦୃଢ଼ ହେଉ। ଦେଶର ଉନ୍ନତି ଓ ଜନସେବା ପାଇଁ ସେ ଦୀର୍ଘ ଦିନ ଧରି କାର୍ଯ୍ୟ କରିବାର ସୁଯୋଗ ପାଆନ୍ତୁ ବୋଲି ମହାପ୍ରଭୁଙ୍କ ନିକଟରେ କାମନା କରାଯାଇଥିଲା।
କାର୍ଯ୍ୟକ୍ରମରେ ଦଳୀୟ ନେତା, କର୍ମୀ ଓ ସମର୍ଥକମାନେ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଥିଲେ।



