ଗଣେଶ ଭସାଣି ଶୋଭାଯାତ୍ରାରେ ଅଘଟଣ: ଜେନେରେଟରରେ ନିଆଁ, ୫ ଶିଶୁଙ୍କ ସମେତ ୬ ଗୁରୁତର
ବ୍ରହ୍ମପୁର: ଗଣେଶ ମୂର୍ତ୍ତି ଭସାଣି ଶୋଭାଯାତ୍ରା ଚାଲିଥିବା ବେଳେ ଜେନେରେଟରରେ ନିଆଁ ଲାଗି ଅଘଟଣ ଘଟିଛି। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରରେ ଘଟିଥିବା ଏହି ଘଟଣାରେ ଶୋଭାଯାତ୍ରା ଦେଖୁଥିବା ୫ ଜଣ ଶିଶୁଙ୍କ ସମେତ ମୋଟ ୬ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଭସାଣି ଶୋଭାଯାତ୍ରା ପାଇଁ ଏକ ଟ୍ରାକ୍ଟର ଉପରେ ଜେନେରେଟର ରଖାଯାଇଥିଲା। ଜେନେରେଟର ନିକଟରେ ପେଟ୍ରୋଲ ଭର୍ତ୍ତି ଏକ ଜାର ରହିଥିଲା। ଅତ୍ୟଧିକ ଉତ୍ତାପ ଯୋଗୁଁ ପେଟ୍ରୋଲ ଜାରରେ ନିଆଁ ଲାଗିବା ପରେ ଏହା ଜେନେରେଟରକୁ ବ୍ୟାପିଥିବା କୁହାଯାଉଛି।
ହଠାତ୍ ନିଆଁ ଲାଗିବାରୁ ଶୋଭାଯାତ୍ରା ଦେଖୁଥିବା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ନିଆଁରେ ପୋଡ଼ି ଯାଇ ୫ ଜଣ ଶିଶୁଙ୍କ ସମେତ ୬ ଜଣ ଗୁରୁତର ଆହତ ହୋଇଥିଲେ। ଆହତମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିଆଯାଇଥିବା ବେଳେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ପ୍ରକାଶ ପାଇଛି।
ଘଟଣା ସମ୍ପର୍କରେ ପୁଲିସ୍ ପକ୍ଷରୁ ଅଧିକ ତଦନ୍ତ କରାଯାଉଥିବା ଜଣାପଡ଼ିଛି।



