କୁଚିଣ୍ଡାରେ ‘ଆଶୀର୍ବାଦର ଦୀପ’ ପ୍ରଜ୍ଜ୍ୱଳନ
ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଓ ବିଧାୟକଙ୍କ ସହ ଦୀପ ପ୍ରଜ୍ଜ୍ୱଳନ

କୁଚିଣ୍ଡା: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ କୁଚିଣ୍ଡା ଏନ୍ଏସିର ପଞ୍ଚମୁଖୀ ଛକସ୍ଥିତ ମା’ ଦୁର୍ଗା ମନ୍ଦିରରେ ‘ଆଶୀର୍ବାଦର ଦୀପ’ ପ୍ରଜ୍ଜ୍ୱଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି ଅବସରରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଓ ସ୍ଥାନୀୟ ବିଧାୟକଙ୍କ ସହ ମିଶି ଦୀପ ପ୍ରଜ୍ଜ୍ୱଳନ କରିଥିଲେ। ପରେ ସୁଭଦ୍ରା ଶକ୍ତିଙ୍କ ପକ୍ଷରୁ କେକ୍ କାଟି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳନ କରାଯିବା ସହ କୃତଜ୍ଞତା ଜ୍ଞାପନ କରାଯାଇଥିଲା।

ମା’ ଦୁର୍ଗାଙ୍କ ନିକଟରେ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ, ସୁସ୍ଥ ଓ ସୁଖମୟ ଜୀବନ ପାଇଁ ପ୍ରାର୍ଥନା କରାଯାଇଥିଲା। ଏଥିସହ ରାଷ୍ଟ୍ରସେବା ଓ ‘ବିକଶିତ ଭାରତ’ ଗଠନର ସଂକଳ୍ପକୁ ଆହୁରି ଦୃଢ଼ କରାଯାଇଥିଲା।
କାର୍ଯ୍ୟକ୍ରମରେ ସୁଭଦ୍ରା ଶକ୍ତିଙ୍କ ସଦସ୍ୟାଙ୍କ ସମେତ ସ୍ଥାନୀୟ ନେତୃବୃନ୍ଦ ଓ କର୍ମୀମାନେ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳନ କରିଥିଲେ।
#HappyBdayPMModi #SebaSankalpaAbhiyan #AshirwadKaDiya




