ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଜୟନ୍ତୀ: ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜ୍ୟପାଳ
ଭୁବନେଶ୍ୱର:
ଓଡ଼ିଆ ଭାଗବତର ଅମର ସ୍ରଷ୍ଟା, ସନ୍ଥ କବି ଅତିବଡ଼ୀ ଜଗନ୍ନାଥ ଦାସଙ୍କ ପବିତ୍ର ଜୟନ୍ତୀ ଅବସରରେ ରାଜ୍ୟପାଳ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଓଡ଼ିଆ ଭାଷା, ସାହିତ୍ୟର ବିକାଶ ତଥା ଆଧ୍ୟାତ୍ମିକ ଚେତନାର ବିସ୍ତାର କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ ବୋଲି ରାଜ୍ୟପାଳ ପ୍ରକାଶ କରିଛନ୍ତି। ତାଙ୍କ ରଚିତ କାଳଜୟୀ ‘ଶ୍ରୀମଦ୍ ଭାଗବତ’ ଆଜି ମଧ୍ୟ ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟରେ ଜ୍ଞାନ, ଭକ୍ତି ଏବଂ ମାନବିକତାର ଦିବ୍ୟ ଆଲୋକ ପ୍ରଜ୍ଜ୍ୱଳିତ କରୁଛି ବୋଲି ସେ ନିଜ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି।

September 19, 2026/
No Comments


