ଗଣେଶ ପୂଜାରେ ବଉଳିଗଡ଼ର ବିଭିନ୍ନ ମଣ୍ଡପ ପରିଦର୍ଶନ କଲେ ବିଧାୟକ ପ୍ରତାପ ପ୍ରଧାନ

ବଅଁରପାଳ: ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନ ବଅଁରପାଳ ବ୍ଲକ୍ର ବଉଳିଗଡ଼ ଗ୍ରାମ ପଞ୍ଚାୟତର ବିଭିନ୍ନ ସ୍ଥାନରେ ଗଣେଶ ପୂଜା ଅବସରରେ ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳିଛି। ପୁରିକିଆର ନଡ଼ିଆ କ୍ଲବ୍, ଗଣପତି କ୍ଲବ୍, ଅରହାଟ ସିକ୍ ସାହି ଗଣେଶ ପୂଜା କମିଟି ଏବଂ ବଉଳିଗଡ଼ ଗଡ଼ନାୟକ ସାହିର ସିଦ୍ଧିବିନାୟକ କ୍ଲବ୍ ପକ୍ଷରୁ ଆୟୋଜିତ ଗଣେଶ ପୂଜା ମଣ୍ଡପରେ ଯୋଗଦେଇଛନ୍ତି ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ।
ବିଧାୟକ ଶ୍ରୀ ପ୍ରଧାନ ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କରି ପ୍ରଭୁ ଶ୍ରୀ ଗଣେଶଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ସେ ଗଜାନନଙ୍କ ଆଶୀର୍ବାଦ କାମନା କରିବା ସହ ସମସ୍ତଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରିଥିଲେ।
ଏହି ସମୟରେ ବଉଳିଗଡ଼ ଗ୍ରାମ ପଞ୍ଚାୟତର ସରପଞ୍ଚ ଅମରେନ୍ଦ୍ର ଗଡ଼ନାୟକ, ସମିତି ସଭ୍ୟ ପ୍ରତାପ ସାମଲ, ବିଜେପି ନେତା ପ୍ରମୋଦ ପରିଡ଼ା, ମାଗୁଣି ଭୁକ୍ତା, ଖୋକନ ସାମଲ, ଅଦୈତ୍ୟ ଭୁକ୍ତା, ଆଦିକନ୍ଦ ସାମଲ, ଚିତ୍ତରଞ୍ଜନ ଗଡ଼ନାୟକ, କାଳୁ ଗଡ଼ନାୟକ, ଯୁବନେତା ରଞ୍ଜିତ ଭୁକ୍ତା, ହେମନ୍ତ ସାମଲ, ମୁକୁନ୍ଦ ଗଡ଼ନାୟକ ଓ ମିଥୁନ ଗଡ଼ନାୟକଙ୍କ ସମେତ ଦଳୀୟ କର୍ମକର୍ତ୍ତା ଓ ପୂଜା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ।
ଗଣେଶ ପୂଜା ଅବସରରେ ବିଧାୟକଙ୍କ ମଣ୍ଡପ ପରିଦର୍ଶନକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ସାହ ପ୍ରକାଶ ପାଇଥିଲା। ପୂଜା କମିଟି ପକ୍ଷରୁ ବିଧାୟକଙ୍କୁ ସ୍ୱାଗତ କରାଯିବା ସହ ପୂଜା ଆୟୋଜନ ସମ୍ପର୍କରେ ଅବଗତ କରାଯାଇଥିଲା।



