ବ୍ରହ୍ମପୁର, ୧୯/୯ : ବିଶ୍ୱର ଅଦ୍ୱିତୀୟ ନେତା ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ବ୍ରହ୍ମପୁରର ପ୍ରତିଭାବାନ ଯୁବ ଚିତ୍ରଶିଳ୍ପୀ ଏନ୍ କରୁଣାକର ଓଡ଼ିଶା ସରକାରଙ୍କ ମାନ୍ୟବର ବାଣିଜ୍ୟ,ପରିବହନ,ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କୁ ଗୋଳନ୍ଥରା ସ୍ଥିତ ବନ୍ଦେ ମାତରମ୍ କାର୍ଯ୍ୟାଳୟ ଠାରେ ସୈାଜନ୍ୟମୂଳକ ସାକ୍ଷାତ କରି ବିଶ୍ୱର ଲୋକପ୍ରିୟ ନେତା ନରେନ୍ଦ୍ର ମୋଦି ଏବଂ ମାନ୍ୟବର ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଏକ ସୁନ୍ଦର ହାତତିଆରି ତୈଳଚିତ୍ର ପ୍ରଦାନ କରିଛନ୍ତି । ତାଙ୍କର ଏଭଳି ପ୍ରତିଭାକୁ ମାନ୍ୟବର ମନ୍ତ୍ରୀ ବିଭୂତି ଭୂଷଣ ଜେନା ଅତ୍ୟନ୍ତ ପ୍ରଶଂସା କରିବା ସହ ତାଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି । ଏହି ଅବସରରେ ଆସିକା, ବ୍ରହ୍ମପୁର ଏବଂ କନ୍ଧମାଳ ତିନୋଟି ଲୋକସଭା କ୍ଷେତ୍ର ଦାୟୀତ୍ବରେ ଥିବା ବିଜେପିର ବରିଷ୍ଠ ନେତା ସୁନିଲ କୁମାର ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ଗୈାରୀ ଶଙ୍କର ସାମନ୍ତରା ପ୍ରମୁଖ ଉପସ୍ଥିତ ଥିଲେ ।

September 19, 2026/
No Comments


