ଚମ୍ପୁଆ ଥାନା ଅନ୍ତର୍ଗତରେ ଘରେ କଳାକନା ବୁଲାଇଲେ ଦୁବୃର୍ତ୍ତ।
କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ରେ ଘରେ କେହି ନଥିବା ବେଳେ ଏହାର ସୁଯୋଗ ନେଇ ଘରେ କଳାକନା ବୁଲାଇଲେ ଦୁବୃର୍ତ୍ତ । ସୂଚନା ଅନୁଯାୟୀ ଚମ୍ପୁଆ ଏନ୍ଏସି ତଥା ଚମ୍ପୁଆ ଥାନା ଅନ୍ତର୍ଗତ ଶଙ୍କରପୁର ଗ୍ରାମରେ ଦିନ ଦ୍ବିପହରରେ ଘରେ କେହି ନଥିବା ବେଳେ ଏହାର ସୁଯୋଗ ନେଇ କଳାକନା ବୁଲାଇଛନ୍ତି ଦୁବୃର୍ତ୍ତ। ଶଙ୍କର ପୁର ଗ୍ରାମର ମନୋଜ ନାଏକଙ୍କ ପରିବାର ପିଡ଼ିଏସ ଚାଉଳ ଉଠାଇବାକୁ ଚମ୍ପୁଆ ଯାଇଥିବା ବେଳେ ଘରେ ଚୋରୀ ହୋଇଯାଇଛି l ଶଙ୍କର ପୁର ଗ୍ରାମର ମନୋଜ ନାଏକ ଙ୍କ ପରିବାର ଆଜି ପିଡିଏସ ଚାଉଳ ଉଠାଇବାକୁ ଯାଇଥିବା ବେଳେ ଘର ତାଲା ଭାଙ୍ଗି ଘରୁ ପାଖାପାଖି ୪୫୦୦୦ ହଜାର ନଗଦ ଟଙ୍କା ସହ ୨ ହଳ କାନଫୁଲ, ୨ଟି ମଙ୍ଗଳ ସୂତ୍ର ଗୋଟିଏ ସୁନା ମୁଦି ସହିତ ରୂପା ପାଉଁଜି ଚୋରି ହୋଇଯାଇଥିବା ନେଇ ସୂଚନା। ଘଟଣା ସମ୍ପର୍କରେ ଖବର ପାଇ ଚମ୍ପୁଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣା ସମ୍ପର୍କରେ ତଦନ୍ତ ଚଳାଇଥିବା ନେଇ ସୂଚନା ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



