ଅନୁଗୋଳ DHHରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଏସ୍ପି
ରୋଗୀ ଓ ସମ୍ପର୍କୀୟଙ୍କ ସୁରକ୍ଷାକୁ ଦିଆଗଲା ଗୁରୁତ୍ୱ
ଅନୁଗୋଳ: ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH) ପରିସରରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଶନିବାର ଅନୁଧ୍ୟାନ କରାଯାଇଛି। ଅନୁଗୋଳ ଏସ୍ପି ଓ ଅନୁଗୋଳ ଥାନା ଅଧିକାରୀ ହସ୍ପିଟାଲ ପରିଦର୍ଶନ କରି ବିଭିନ୍ନ ସ୍ଥାନର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ।
ପରିଦର୍ଶନ ସମୟରେ ଏସ୍ପି ହସ୍ପିଟାଲର ବିଭିନ୍ନ ୱାର୍ଡ ଓ ପରିସର ବୁଲି ଦେଖିବା ସହ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ସହ ଆଲୋଚନା କରିଥିଲେ। ହସ୍ପିଟାଲକୁ ଆସୁଥିବା ରୋଗୀ, ସମ୍ପର୍କୀୟ ଓ ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ରହିଥିବା ବ୍ୟବସ୍ଥାର ମଧ୍ୟ ସମୀକ୍ଷା କରାଯାଇଥିଲା।
ହସ୍ପିଟାଲ ପରିସରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ ଆବଶ୍ୟକ ସ୍ଥାନରେ ପୋଲିସ ନିରୀକ୍ଷଣ ବଢ଼ାଇବା ନେଇ ଆଲୋଚନା ହୋଇଥିଲା। ଏଥିସହ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଏବଂ କୌଣସି ଅପ୍ରୀତିକର ପରିସ୍ଥିତି ଯେପରି ନ ଘଟେ, ସେଥିପାଇଁ ଆବଶ୍ୟକ ପଦକ୍ଷେପ ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଏହି ସମୟରେ ପି.ଏମ୍.ପି. ମେଡିକାଲ କଲେଜ ଓ ହସ୍ପିଟାଲର ଅଧୀକ୍ଷକଙ୍କ ସମେତ DHHର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ରୋଗୀ ଓ ସାଧାରଣ ଲୋକଙ୍କ ପାଇଁ ହସ୍ପିଟାଲ ପରିସରରେ ଏକ ସୁରକ୍ଷିତ ଓ ଶୃଙ୍ଖଳିତ ପରିବେଶ ବଜାୟ ରଖିବା ଉପରେ ଏସ୍ପି ଗୁରୁତ୍ୱାରୋପ କରିଥିଲେ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-05-14_06-19-38-643-15-scaled.jpg)
