ଗଣେଶ ପୂଜାରେ ମହତ୍ କାର୍ଯ୍ୟ: ଆମ୍ବେଦକର ନଗରରେ ରକ୍ତଦାନ ଶିବିର, ୧୦୬ ୟୁନିଟ୍ ସଂଗ୍ରହ
ଅନୁଗୋଳ: ପବିତ୍ର ଗଣେଶ ପୂଜା ଅବସରରେ ମାନବିକତାର ଏକ ଉଦାହରଣ ସୃଷ୍ଟି କରିଛି ଆମ୍ବେଦକର ନଗର। ଅନୁଗୋଳ ପୌରପାଳିକାର ୱାର୍ଡ ନଂ-୬ ଅନ୍ତର୍ଗତ ଆମ୍ବେଦକର ନଗରରେ ଆଜାଦ୍ ମଜଦୂର ସଂଘ ଓ ଇନ୍ଦିରା କ୍ଲବ୍ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଶିବିରରେ ଉତ୍ସାହର ସହ ରକ୍ତଦାତାମାନେ ଯୋଗଦେଇ ୧୦୬ ୟୁନିଟ୍ ରକ୍ତ ଦାନ କରିଛନ୍ତି।
ରକ୍ତଦାନ ଶିବିରରେ ଅନୁଗୋଳ ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ଅରୁଣାଭ ସିଂହ, ୱାର୍ଡ ନଂ-୫ର କାଉନସିଲର ରଞ୍ଜିତ୍ ମଣ୍ଡୋଠିଆ, ୱାର୍ଡ ନଂ-୧୬ର କାଉନସିଲର ସଦାନନ୍ଦ ପଣ୍ଡା, ୱାର୍ଡ ନଂ-୧୯ର କାଉନସିଲର ବଳରାମ ଜେନା, ଅନୁଗୋଳ ନଗର ବିଜେଡ଼ି ସଭାପତି ବୃନ୍ଦାବନ ସ୍ୱାଇଁ ଓ ଉପସଭାପତି ସୁଜିତ ନନ୍ଦଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ।
ଏହାସହ ସମାଜସେବୀ ପ୍ରଦ୍ୟୁମ୍ନ ନନ୍ଦ, ଦୁର୍ଗା ପ୍ରସାଦ ଦାସ, ଡ଼ଃ ଅସିତ୍ ପ୍ରଧାନ, ଅଭିମନ୍ୟୁ ସାହୁ, ଡ଼ଃ ଶକ୍ତି ପ୍ରସାଦ ସାହୁ ଓ ବାପି ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।
ୱାର୍ଡ ନଂ-୬ କାଉନସିଲର ତଥା ଇନ୍ଦିରା କ୍ଲବ୍ ସଭାପତି ସୁଶୀଲ ମୁଖୀ, ସମ୍ପାଦକ କରନ ମୁଖୀ, ଆଜାଦ୍ ମଜଦୂର ସଂଘ ସଭାପତି ଶଙ୍କର ବେହେରା ଓ ସମ୍ପାଦକ ବିନୋଦ ବେହେରାଙ୍କ ନେତୃତ୍ୱ ଏବଂ ତତ୍ତ୍ୱାବଧାନରେ ଶିବିରଟି ସୁଚାରୁ ଭାବେ ସମ୍ପନ୍ନ ହୋଇଥିଲା।
ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବ୍ଲଡ୍ ବ୍ୟାଙ୍କର ଡାକ୍ତର ଓ କର୍ମଚାରୀମାନେ ଶିବିରରେ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ। ଗଣେଶ ପୂଜା ଭଳି ପବିତ୍ର ଅବସରରେ ରକ୍ତଦାନ ଭଳି ମହତ୍ କାର୍ଯ୍ୟକ୍ରମ ଆୟୋଜନକୁ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶଂସା କରିଥିଲେ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-05-14_06-19-38-643-15-scaled.jpg)
