::ବରଗଡର କୋଟିପତି ପିଇଓବାବୁ
ଭିଜିଲାନ୍ସ ଜାଲରେ ସରକାରୀବାବୁ::
ବରଗଡ:୨୨/୯(ପବିତ୍ର ମେହେର) ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ କନ୍ଧାଗାର୍ଡ ଗ୍ରାମର କାର୍ତ୍ତିକ ବେହେରା ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ରେ ଏକ କାଳୀନ ଦୁଇଟି ସ୍ଥାନରେ ଭିଜିଲାନ୍ସ ତରଫରୁ ରେଡ ଚାଲିଛି । କନ୍ଧାଗାର୍ଡ ବାସଭବନ ଓ ଗାଇସିଲେଟ ବ୍ଲକ କାର୍ଯ୍ୟାଳୟ ଠାରେ ରେଡ ଚାଲୁଥିବା ସୂଚନା ମିଳିଛି । ତେବେ ଏହି ରେଡରେ ସମ୍ବଲପୁର ଡିଭିଜନ ଟିମ୍ ଆସି ରେଡ କରୁଥିବା ଜଣାପଡିଛି । ପିଇଓ କାର୍ତ୍ତିକ ବେହେରା କଟାବାହାଲ ପଞ୍ଚାୟତ ରେ କାର୍ଯ୍ୟରତ ଥିବା ବେଲେ ଆଉ ବିଭିନ୍ନ ପଞ୍ଚାୟତ ରେ ସେ ଚାର୍ଜ ନେଇ କାର୍ଯ୍ୟ କରି ଆସୁଥିବା ବେଳେ ଆଜି ତାଙ୍କ ଘରେ ସକାଳୁ ଭିଜିଲାନ୍ସ ରେଡ ପଡ଼ିଛି । ଏନେଇ ସୂଚନା ଅନୁସାରେ ପିଇଓ ଙ୍କ ପାଖରେ କୋଟି କୋଟି ଟଙ୍କା ର ସମ୍ପତ୍ତି ଥିବା ଜଣାପଡିଛି , ଆଲିସନ୍ ଘର , ଗୋଟିଏ ପିକ ଅପ, ଗୋଟିଏ ସ୍କୋରପିଓ ଓ ଗୋଟିଏ ଟ୍ରାକ୍ଟର ତିନୋଟି ମଟର ସାଇକେଲ ନଜର କୁ ଆସିଛି ଏନେଇ କିଛି ନଗଦ ଟଙ୍କା ଏଟି ଏମ କାର୍ଡ ଓ ଜମିବାଡ଼ି କାଗପତ୍ର ଯାଞ୍ଚ ଚାଲିଛି । ସଂପୂର୍ଣ୍ଣ ଯାଞ୍ଚ ପରେ ସଠିକ ସମ୍ପତ୍ତି ର ତଥ୍ୟ ସାମ୍ନାକୁ ଆସିବ ।

September 22, 2026/
No Comments


