
୫ ଘଣ୍ଟା ବିଜୁଳି ସରୋବରାହ ବନ୍ଦ୍ ପାଇଁ
ଅଞ୍ଚଳ ରେ ଜନଅସନ୍ତୋଷ
(ଜେ ବି ଏନ /ସୁବ୍ରତ କୁମାର) ୦୬/୦୧ /୨୦୨୧ ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ଶବଷ୍ଟେସନ ଅଞ୍ଚଳରେ ୫ ଘଣ୍ଟା ବିଜୁଳି ସରୋବରାହ ବନ୍ଦ ହେବାର କାରଣ କଣ। ରାଜ୍ୟବାସୀ ଉତ୍ତମ୍ ବିଜୁଳି ପାଇବା ପାଇଁ ସେସୁ କମ୍ପାନୀ ଛାଡି ଟାଟା (TPCODL) କମ୍ପାନୀ କୁ ବିତରଣ ଦାୟିତ୍ୱ ଦେଇଛନ୍ତି। କିନ୍ତୁ ଟାଟା (TPCODL) ଆଜି ସକାଳ ପ୍ରାୟ ୧୦ ଘଣ୍ଟିକା ରୁ ଦ୍ୱିପହର ୩ଟା ପର୍ଯ୍ୟନ୍ତ ବିଜୁଳି ସରୋବରାହ ବନ୍ଦକରି ରଖିଥିଲେ ତାହା ପୁଣି ଅଞ୍ଚଳ ବାସୀଙ୍କୁ ବିନା ଅବଗତ ରେ ।ଯାହା ଫଳରେ ଅଞ୍ଚଳ ବାସୀ ବିଭିନ୍ନ ପ୍ରକାର ହଇରାଣ ହୋଇଥିଲେ। ଟାଟା କମ୍ପାନୀ ବିଜୁଳି କାଟି ଗ୍ରାହକଙ୍କ ବିଜୁଳି ବିଲ୍ ରେ କିଛି ଚୋରା କାରବାର କରୁନାହାନ୍ତି। ଯଦି ଅଞ୍ଚଳ ରେ ଟାଟା ର ମେଣ୍ଟେନାସ୍ କାର୍ଯ୍ୟ କରାଯାଇଛି ଆଇନ ଅନୁଯାୟୀ ଅଞ୍ଚଳ ବାସୀ ଙ୍କୁ ଏଥିପ୍ରତି ଅବଗତ କରାଯାଇଥାଏ। କିନ୍ତୁ ଏଥିପ୍ରତି ଧ୍ୟାନ ନ ଦେବା ଅଞ୍ଚଳ ବାସୀ ଙ୍କୁ ହଇରାଣ ରେ ପକାଇବା ପ୍ରତି ଦାୟୀ କିଏ ??????



