
ହାତୀମାନଙ୍କ ସହ ମିଶିଲା ଛୁଆ ହାତୀ ପଦ୍ମା
ଜେ ବି ଏନ, ୦୬/୦୧/୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ଢେଙ୍କାନାଳ : ହାତୀମାନଙ୍କ ସହ ମିଶିଲା ଛୁଆ ହାତୀ ପଦ୍ମା। ବ୍ରହ୍ମପୁରରୁ ଉଦ୍ଧାର କରି କପିଳାଶ ଉଦ୍ଧାର କେନ୍ଦ୍ରରେ ଛଡ଼ା ଯାଇଛି। ଗତ ୩୧ତାରିଖ ରାତିରେ ନୂଆ ଅତିଥି ଭାବେ ପଦ୍ମା ସେଠାରେ ସାମିଲ ହୋଇଥିଲା। ଏହି ଛଅ ମାସର ହାତୀ ଛୁଆ ପଦ୍ମାକୁ ସ୍ୱତନ୍ତ୍ର ଘରେ ବେଶ ଯତ୍ନର ସହ ରଖାଯାଇଥିଲା।
କପିଳାଶ ହାତୀ ଉଦ୍ଧାର କେନ୍ଦ୍ରରେ ପୂର୍ବରୁ ରହିଥିବା ୧୦ରୁ ୧୨ ବର୍ଷର ଚନ୍ଦୁ, କାର୍ତ୍ତିକ ଓ ଉମା ସମେତ ତିନି ବର୍ଷର ହିରୋ ସହ ପଦ୍ମା ମିଶିବା ପରେ ବେଶ ଖୁସି ଥିବା ଅନୁମାନ କରାଯାଇଛି। ତେବେ ହାତୀ ଉଦ୍ଧାର କେନ୍ଦ୍ରରେ ଥିବା ତିନି ବର୍ଷର ହିରୋ ସହ ପଦ୍ମାର ଯୋଡି ବେଶ ଜମିବା ବୋଲି ଆଜି ମିଶିବା ପରେ ଅନୁମାନ ହୋଇଛି।



