ପେଟ ପାଉଣା ପାଇଁ ଗ୍ରାମବାସୀଙ୍କ ଗୁହାରି

(ଜେ ବି ଏନ /ସୁବ୍ରତ କୁମାର) ୧୧/୦୧/୨୦୨୧ ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ କାଲୁରିଆ ଗ୍ରାମ ର ଗ୍ରାମବାସୀ ନିଜ ପେଟ ପାଉଣା ପାଇଁ ଜିଲ୍ଲାପାଳ ଙ୍କ ଦ୍ଵାରସ୍ଥ ।ସୂଚନା ମୁତାବକ ଦୈନିକ ମଜୁରିଆ ଭାବେ କାମ କରି ପେଟ ପାଉଣା କରନ୍ତି। କରୋନା ମହାମାରୀ ଯୋଗୁ ଜିଲ୍ଲା ରେ ତାଙ୍କ ପାଇଁ କାମ ମିଳୁ ନ ଥିବା ବେଳେ ନିଜ ଗ୍ରାମରେ ଥିବା ବାଲିଘାଟ କାମ କରି ନିଜର ପେଟ ପାଉଣା କରୁଥିଲେ କିନ୍ତୁ ବିଗତ କିଛି ଦିନ ହେବ ବାଲିଘାଟ ନିଲାମ ସରି ଯାଇଥିବାରୁ ବାଲି ଘାଟ ରେ ପେଟ ପାଉଣା ପାଇଁ କୌଣସି କାମ ମିଳୁନାହିଁ। ଯାହା ଦ୍ୱାରା ତାଙ୍କ
ପରିବାରର ଅବସ୍ଥା ନାହିଁ ନ ଥିବା ଗୁଜରାଣ ଚାଲିଛି। ଗ୍ରାମ ବାସୀଙ୍କ କହିବା ଅନୁଯାୟୀ ଜିଲ୍ଲା ପାଲା ଯଦି ଆଉ ଥରେ ଆରମ୍ଭ କରନ୍ତି ଗ୍ରାମବାସୀ ନିଜର ରୋଜଗାର ପାଇବା ସହ ନିଜ୍ ପରିବାରର ପ୍ରତି ପୋଷଣ କରିପାରିବେ, ଏହି ପରି ଅଭିଯୋଗ ନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି।




