- ବାହାରଣା ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କ ଦ୍ଵାରା ହରିଶ୍ଚନ୍ଦ୍ର ଯୋଜନା ଟଙ୍କା ହଡପ ! GPO. ଙ୍କ ହସ୍ତକ୍ଷେପ ଦ୍ଵାରା ଟଙ୍କା ଫେରସ୍ତ ପାଇଲେ ହିତାଧିକାରୀ

ଜେ ବି ଏନ, ୧୧/୦୧ /୨୦୨୧, (ରିପୋର୍ଟ, ବ୍ୟୁରୋ JRP), ଜଗତସିଂହପୁର : ରାଜ୍ୟ ସରକାର ମୁତ୍ୟୁ ବାରଣ କରିଥିବା ବ୍ୟକ୍ତି ର ହିତାଧିକାରୀ ଙ୍କୁ ଶବଦାହ ନିମନ୍ତେ ଦୁଇ ହଜାର ଟଙ୍କା ଆର୍ଥିକ ପ୍ରୋଛାହନ ହରିଶ୍ଚନ୍ଦ୍ର ଯୋଜନାରେ ଯୋଗାଉଛନ୍ତି ! ହେଲେ ଦାଇତ୍ୱ ରେ ଥିବା ଅଧିକାରୀ ମୃତ୍ ଓ ଜୀବିତ ବ୍ୟକ୍ତି ଙ୍କ ନାମରେ ହରିଶ୍ଚନ୍ଦ୍ର ଯୋଜନା ଟଙ୍କା ହଡପ କରି ଅଡୁଆ ପରିସ୍ଥିତି ରେ ପଡିଛନ୍ତି !ଏଭଳି ଅଭାବନୀୟ ସଂଗୀନୀ ଅଭିଯୋଗ ଜଗତସିଂହପୁର ଜ଼ିଲ୍ଲା ବାଲିକୁଦା ବ୍ଲକ ବାହାରଣା ପଞ୍ଚାୟତ ରେ ଦେଖିବାକୁ ମିଳିଛି ! ଏହି ପଞ୍ଚାୟତ ର ନିର୍ବାହୀ ଅଧିକାରୀ ସହଦେଵ ବେହେରା ଦଶ ରୁ ଉର୍ଦ୍ଧ ମୃତ୍ ଓ ଜବିତ ବ୍ୟକ୍ତିଙ୍କ ନାମରେ ଚଂଚକତା କରି ଏକ ବର୍ଷରୁ ଉର୍ଦ୍ଧ ହେବ ହରିଶ୍ଚନ୍ଦ୍ର ଯୋଜନାରେ ହିତାଧିକାରୀଙ୍କୁ ଟଙ୍କା ନଦେଇ ସମସ୍ତ ଟଙ୍କା ଉଠାଇ ହଡପ କରିଥିଲେ ! ଯାହାକି ସୂଚନା ଅଧିକାର ଦ୍ଵାରା ହସ୍ତଗତ ହୋଇଥିବା ସୂଚନାରୁ ଜଣାପଡିବା ପରେ ଘଟଣା ସଂପର୍କ ରେ BDO. ଙ୍କୁ ଅଭିଯୋଗ କରାଯାଇଥିଲା ! BDO. ଙ୍କ ନିର୍ଦେଶ କ୍ରମେ GPO. ଘଟଣାର ତଦନ୍ତ କରି ଏକ ବର୍ଷରୁ ଉର୍ଦ୍ଧ ହେବ ଦଶ ରୁ ଉର୍ଦ୍ଧ ବ୍ୟକ୍ତି ଙ୍କ ନାମରେ ହଡପ ହୋଇଥିବା ହରିଶ୍ଚନ୍ଦ୍ର ଯୋଜନା ଟଙ୍କା ହିତାଧିକାରୀଙ୍କୁ ବାହାରଣା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ନିର୍ବାହୀ ଅଧିକାରୀ ଙ୍କ ଉପସ୍ଥିତି ରେ ବଣ୍ଟନ କରିଥିଲେ !ଏଭଳି ଦୃନୀତି ଗ୍ରସ୍ତ ଅଧିକାରୀ ଙ୍କୁ ଚାକିରୀ ରୁ ବହିଷ୍କାର କରିବାକୁ ପଞ୍ଚାୟତବାସୀ ଦାବି କରିଥିଲେ ! ହେଲେ
BDO. ବହିଷ୍କାର ନକରି ଅନ୍ୟତ୍ର ବଦଳି କରିବା ଘଟଣା ଙ୍କୁ ପଞ୍ଚାୟତବାସୀ ନିନ୍ଦା କରିଛନ୍ତି !



