ଗାଣ୍ଡୁ ପଡିଆ ବାସୀ ଆଣିଲେ ଅଭିଯୋଗ

ଜେ ବି ଏନ୍୧୧/୦୧.୨୦୨୧(ରିପୋର୍ଟ ଚୈତନ୍ୟ ସାହୁ)ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କୁମଣ୍ଡ ଗ୍ରାମ ପଞ୍ଚାୟତ ର ଗାଣ୍ଡୁ ପଡିଆ ବାସ କରୁଥିବା କିଛି ମହିଳା ଆଜି ଅନୁଗୋଳ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇଥିବା ଦେଖିବାକୁ ମିଳିଥିଲା। ମହିଳା ମାନଙ୍କ ଅଭିଯୋଗ ଅନୁଯାଇ ଆଜିକୁ ପ୍ରାୟ ୬୦/୭୦ ବର୍ଷ ହେବ ଗାଣ୍ଡୁ ପଡିଆ ନିକଟରେ ସେମାନେ ବାସ କରୁଛନ୍ତି। ସେହି ବାସିନ୍ଦା ମାନେ ଭୂମିହୀନ ଅଟନ୍ତି ବହୁ ଚେଷ୍ଟା ପରେ ୧୦ ଜଣଙ୍କ ନାମରେ ବିଜୁ ପକ୍କା ଘର ଆସିଅଛି କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାରର ସେମାନେ ଜାଗା ମପା ଜାଣିନଥିବା ବୋଲି ଅଭିଯୋଗ କରିଛନ୍ତି । ତେଣୁ ଆଜି ଅନୁଗୋଳ ଜିଲ୍ଲାପାଳ ଙ୍କ ନିକଟରେ ଗାଣ୍ଡୁ ପଡିଆ ରେ ରହୁଥିବା ମହିକା ବାସିନ୍ଦା ଅଭିଯୋଗ ଆଣିଛନ୍ତି ।



