ମକର ସଂକ୍ରାନ୍ତି ଉପଲକ୍ଷେ ବିଭିନ୍ନ ମନ୍ଦିର ପରିଦର୍ଶନ କଲେ ଚିଲିକା ର ପୂର୍ବତନ ବିଧାୟକ ଶ୍ରୀ ରଘୁନାଥ ସାହୁ

ଜେ.ବି.ଏନ, 14/1/21(ରିପୋର୍ଟ, ରଂଜିତ କୁମାର ସାହୁ )ଖୋର୍ଦ୍ଧା :
ଦୀର୍ଘ 9ମାସ ର କରୋନା କଟକଣା ଯୋଗୁଁ ସମସ୍ତ ଦେବାଳୟ ବନ୍ଦ ହୋଇ ରହିଥିବା ସ୍ଥଳେ ବର୍ତମାନ ସରକାର ଙ୍କ ନିର୍ଦେଶ କ୍ରମେ ସମସ୍ତ ମନ୍ଦିର ଖୋଲିଥିଲା. ଆଜି ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ସମସ୍ତ ମନ୍ଦିର କରୋନା ନିୟମ ମାନି ଚଳଚଞ୍ଚଳ ହୋଇଉଠିଥିଲା. ପ୍ରତ୍ୟେକ ଶ୍ରଦ୍ଧାଳୁ ଙ୍କ ମନରେ ନାହିଁନଥିବା ଉତ୍ସାହ ଦେଖିବାକୁ ମିଳିଥିଲା |ଏହି ସମୟରେ ଚିଲିକା ମାଟିର ପୂର୍ବତନ ବିଧାୟକ ଶ୍ରୀ ରଘୁନାଥ ସାହୁ ପ୍ରସିଦ୍ଧ ଶୈବ ପୀଠ ଶ୍ରୀ ଶ୍ରୀ ଉମାମହେଶ୍ୱର ଦେବଙ୍କ ଦର୍ଶନ କରିବା ସହ ବାଲୁଗାଁ ସ୍ଥିତ ଶକ୍ତିପୀଠ ମା ଜାଗୁଳାଇ ଙ୍କ ଦର୍ଶନ ସାରିବାସହ ମନ୍ଦିର ର ବିଭିନ୍ନ ସମସ୍ୟା ଉପରେ ପଚାରି ବୁଝିଥିଲେ l




