ବିଜୁ ଜନତା ଦଳରେ ସମର୍ଥିତ ପ୍ରାର୍ଥୀନୀ ଶ୍ରୀମତୀ ଜ୍ୟୋତ୍ସ୍ନାମୟୀ ନାୟକ ତାଙ୍କର ନାମାଙ୍କନ ପତ୍ର ଦାଖଲ

ଜେ ବି ଏନ, ୧୯/୦୧ /୨୦୨୧, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଆଜି ଛେଳିଆପଡା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଉପ-ନିର୍ବାଚନ ପାଇଁ ବିଜୁ ଜନତା ଦଳରେ ସମର୍ଥିତ ପ୍ରାର୍ଥୀନୀ ଶ୍ରୀମତୀ ଜ୍ୟୋତ୍ସ୍ନାମୟୀ ନାୟକ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଛେଳିଆପଡା ପଞ୍ଚାୟତ ର ବିଜୁ ଜନତା ଦଳ କର୍ମୀମାନେ ଶ୍ରୀମତୀ ନାୟକ ଙ୍କୁ ଏକ ଶୋଭାଯାତ୍ରାରେ ସମଗ୍ର ପଞ୍ଚାୟତ ଗସ୍ତ କରି ଅନୁଗୋଳ ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଦାଖଲ କରିଛନ୍ତି। ଅନୁଗୋଳ ବିଜେଡ଼ି ସାଧାରଣ ସମ୍ପାଦକ ପ୍ରିୟଦର୍ଶୀ ପଟ୍ଟନାୟକ, ଅନୁଗୋଳ ବ୍ଲକ ବିଜେଡ଼ି ସଭାପତି ସରୋଜ ନାରାୟଣ ସାହୁ,ଅନୁଗୋଳ ଯୁବ ବିଜେଡ଼ି ଉପ ସଭାପତି ସରୋଜ ନାୟକ, ରାଜ୍ୟ ଯୁବ ଉପ ସଭାପତି ସୁଜିତ ଦ୍ବିବେଦୀ, ଅନୁଗୋଳ ବ୍ଲକ ଯୁବ ସଭାପତି ରାକେଶ ନନ୍ଦ,ଅନୁଗୋଳ ବ୍ଲକ ଛାତ୍ର ସଭାପତି ଦିବ୍ୟରଞ୍ଜନ ପ୍ରଧାନ, ଅନୁଗୋଳ ବ୍ଲକ ମହିଳା ସଭାପତି କଲ୍ୟାଣୀ ବିଳାସ , ଜିଲ୍ଲା ପରିଷଦ ସଭ୍ୟା ରୁବି ସାହୁ, ଅନୁଗୋଳ ଜିଲ୍ଲା ଛାତ୍ର ସଭାପତି ରାଜୀବ ଲୋଚନ ଦାସ, ଯୁବ ନେତା ଅରୁଣାଭ ସିଂହ ପ୍ରମୁଖ ଭାବେ ଉପସ୍ଥିତ ଥିଲେ। ବିଭୁତି ନାୟକ,ଦୁଷ୍ମନ୍ତ ପ୍ରଧାନ, ଉମେଶ ସାହୁ,ସିଲୁ ପ୍ରଧାନ, ହୃଦାନନ୍ଦ ସାହୁ ଏବଂ ଛେଳିଆପଡା ପଞ୍ଚାୟତ ର ବହୁ ଯୁବ କର୍ମୀ ଶ୍ରୀମତୀ ନାୟକ ଙ୍କୁ ପାଛୋଟି ନେଇଥିଲେ।



