ଜଗତସିଂହପୁର ଜ଼ିଲ୍ଲା ପ୍ରଶାସନ ଓ ଆଂଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ବତିଶି ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳିତ

ଜେ ବି ଏନ, ୧୯/୦୧/୨୦୨୧, (ରିପୋର୍ଟ, ବ୍ୟୁରୋ, JRP), ଜଗତସିଂହପୁର : ଜଗତସିଂହପୁର ଜ଼ିଲ୍ଲା ପ୍ରଶାସନ ଓ ଆଂଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ S. V. M. କଲେଜ ଛକ ଠାରେ ଜ଼ିଲ୍ଲା ସ୍ତରୀୟ ବତିଶି ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି ! ଏହି ଉପଲକ୍ଷେ ଏକ ସଚେତନତା ରଥ କୁ ଜଗତସିଂହପୁର ବିଧାୟକ ତଥା ଜ଼ିଲ୍ଲା ଯୋଜନା କମିଟି ଅଧକ୍ଷ୍ୟ ପ୍ରଶାନ୍ତ କୁମାର ମୁଦୁଲି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ! ଅନ୍ୟ ମାନଙ୍କ ମଧ୍ୟରେ ଜ଼ିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ! S. P. ପ୍ରକାଶ ଆର ! ଉପ ଜ଼ିଲ୍ଲାପାଳ ଧର୍ମାନନ୍ଦ ମଲ୍ଲିକ,ପ୍ରମୁଖ ଉପସ୍ଥିତି ଥିଲେ ! ଜାନୁଆରୀ ଅଠର ରୁ ଚବିଶି ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଉଛି ! ଏହି ଉପଲକ୍ଷେ ସଚେତନତା ରଥ ସପ୍ତାହ ବ୍ୟାପି ଜଗତସିଂହପୁର ଜ଼ିଲ୍ଲା ର ସମସ୍ତ ବ୍ଲକ ଓ ପୌରା ଅଞ୍ଚଳ ପରିକ୍ରମା କରି ଜନସାଧାରଣ କୁ ସଚେତନ କରିବ ! ସପ୍ତାହ ବ୍ୟାପି ଏ ସମସ୍ତ କାର୍ଯ୍ୟକ୍ରମ କୁ R.T.O.ପ୍ରତାପ କିଶୋର ପଣ୍ଡା ! D.I.P.R.O.କାମିନୀ ରଞ୍ଜନ ପଟ୍ଟନାୟକ ! MVI.ପଞ୍ଚାନନ ବେହେରା ପ୍ରମୁଖ ପରିଚାଳନା କରିଥିଲେ !!



