
ହାତୀ ଆକ୍ରମଣରେ ଜଣେ ପନିପରିବା ଚାଷୀ ମୃତ
(ଜେ ବି ଏନ /ସୁଶାନ୍ତ କୁମାର) ୨୦/୦୧/୨୦୨୧ ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଇମାଟି ପଞ୍ଚାୟତର କାଇଁଶ ଗ୍ରାମରେ ହାତୀ ପଶି ଜଣେ ଚାଷୀଙ୍କୁ କଚାଡି ମାରିଛି ହାତୀ । ଜିଲ୍ଲାରେ ହାତୀ ଉପଦ୍ରବ ଲାଗି ରହିଥିବାରୁ ଫସଲ ବାହେରେ କୁଡିଆ କରି ଚାଷୀଙ୍କୁ ଫସଲ ଜଗି ରହିବାକୁ ପଡୁଛି ।ମଙ୍ଗଳବାର ଓ ବୁଧବାର ମଧ୍ୟ ରାତିରେ ଗହମଖୁଣ୍ଟା ଗ୍ରାମ ରେ ପରିବା ଚାଷୀ ରମେଶ ସାହୁ ( ପିତା – ବ୍ରହ୍ମା ନନ୍ଦ ସାହୁ) ଙ୍କ ପରିବା ବଗିଚାକୁ ଏକ ଦନ୍ତା ହାତୀ ପଶି ଆସିଥିଲା । ହାତୀକୁ ଘଉଡେଇବାକୁ ଯାଇ ସେ କୁଡିଆ ବାହାରକୁ ବାହିରି ଆସିଥିଲେ ଓ ହାତୀ ହାବୁଡରେ ପଡିଯାଇଥିଲେ। ହାତୀଟି ତାଙ୍କୁ ଶୁଣ୍ଢରେ ଟେକି କଚାଡି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ଖବର ପାଇ ସଦର ଥାନା ପାେଲିସ ଓ ବନକର୍ମଚାରୀ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-14-scaled.jpg)