- କେନ୍ଦ୍ର ସରକାରଙ୍କ ସହ ଚାଷୀ ପ୍ରତିନିଧିଙ୍କ ଦଶମ ପର୍ଯ୍ୟାୟ କଥାବାର୍ତା ଆରମ୍ଭ

ଜେ ବି ଏନ, ୨୦/୦୧ /୨୦୨୧, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ :
ଦୀର୍ଘଦିନ ଧରି କେନ୍ଦ୍ର ସରକାର ଙ୍କ ସହ ଚାଷୀ ମାନଙ୍କ ଆଲୋଚନା ବିଫଳ ହୋଇଛି l ଚାଷୀ ମାନଙ୍କ ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଥିବା ବେଳେ ଆଲୋଚନା ବିଫଳ ହୋଇଛି l ତେବେ ଆଜି ପୁଣି କେନ୍ଦ୍ର ସରକାର ଏବଂ ଚାଷୀ ସଂଗଠନର ପ୍ରତିନିଧିଙ୍କ ମଧ୍ୟରେ ଦଶମ ପର୍ଯ୍ୟାୟ ଆଲୋଚନା ଓ କଥାବାର୍ତ୍ତା ଆରମ୍ଭ
ହୋଇଛି l ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଚାଲିଛି କଥାବାର୍ତ୍ତା l ତେବେ ଆଜିର ଆଲୋଚନା କଣ ହେବ ସେ ନେଇ ଆଲୋଚନା ଜାରି ରହିଛି l



