ପୁଣି କଳା ପଲ୍ସର ଆତଙ୍କ

ଜେ ବି ଏନ, ୨୦/୦୧ /୨୦୨୧, (ରିପୋର୍ଟ, ଦିଲ୍ଲୀପ କୁମାର ବେହେରା), କଟକ : ଗୋପାଳପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥରୁ ସନ୍ଧ୍ୟା ସମୟରେ କିଛି ଦୁବୃତ୍ତ କଳା ପଲସର ବାଇକରେ ଆସି ମୋଟର ସାଇକେଲରେ ଯାଉଥିବା ଚାଳକଙ୍କ ଠାରୁ ଦୁଇ ଲକ୍ଷ ଟଙ୍କା ଲୁଟି ନେଇଥିବା ବେଳେ ମୋଟର ସାଇକେଲରେ ଯାଉଥିବା ଦୁଇ ଆରୋହୀ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।
ଆଜି ସନ୍ଧ୍ୟା ସମୟରେ ଆନ୍ଧ୍ରପ୍ରଦେଶର ପାଲାସର ଦୁଇ ବ୍ୟବସାୟୀ ଶ୍ରୀନିବାସ ରାଓ ( ୪୨ ) ଓ ପି.ସୁରେଶ ( ୫୦ ) ନିଜ ଟିଭିଏସ ଆପାଚି ମୋଟର ସାଇକେଲ ( ଏପି ୩୯ ସିଏସ ୩୨୦୪ ) ବ୍ରହ୍ମପୁରରୁ ବ୍ୟବସାୟ କାମ ସାରି କେତେକ ବେପାରୀଙ୍କ ଠାରୁ ପ୍ରାୟ ୨ ଲକ୍ଷ ଟଙ୍କା ଧରି ନିଜ ଘରକୁ ଫେରୁଥିଲେ । ଗୋଳନ୍ଥରା ଥାନ ଅନ୍ତର୍ଗତ ଜାତୀୟ ରାଜପଥ ନଂ ୧୬ ତଥା ରୋଲାଣ୍ଡ ବୈଷୟିକ ଶିକ୍ଷା ଅନୁଷ୍ଠାନ ସମ୍ମୁଖ ରାସ୍ତାରେ ପଛ ପଟୁ ଏକ କଳା ରଙ୍ଗର ପଲସରରେ ଦୁଇଜଣ ଯୁବକ ଅଚାନକ ପହଞ୍ଚି ମୋଟରସାଇକେଲ ଯାଉଥିବା ବ୍ୟକ୍ତି ଧରିଥିବା ବ୍ୟାଗ ଯେଉଁଥିରେ ୨ ଲକ୍ଷ ଟଙ୍କା ରହିଥିଲା ଝାମ୍ପି ନେଇଥିଲେ । ଯାହାଫଳରେ ମୋଟରସାଇକେଲରେ ବସିଥିବା ଶ୍ରୀନିବାସ ଏବଂ ସୁରେଶ ରାସ୍ତାରେ କଚାଡ଼ି ହୋଇ ପଡ଼ିଯାଇଥିଲେ । ଫଳରେ ଉଭୟ ଗୁରୁତର ଅବସ୍ଥାରେ ରାସ୍ତାରେ ପଡ଼ିରହିଥିଲେ । ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ଉଭୟଙ୍କୁ ଉଦ୍ଧାର କରିବା ସହ ଘଟଣା ନେଇ ଗୋଳନ୍ଥରା ଥାନା ସମେତ କନିଷି ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ । ଖବର ପାଇ କନିଷି ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଭୟ ଆହତଙ୍କୁ ବଡ଼ମେଡ଼ିକାଲକୁ ପଠାଇଥିଲେ । ଉଭୟ ଆହତଙ୍କ ମଧ୍ୟରୁ ଶ୍ରୀନିବାସଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ବର୍ତମାନ ସୁଦ୍ଧା ଏ ନେଇ ଥାନାରେ କୌଣସି ଲିଖୁତ ଅଭିଯୋଗ ହୋଇ ନ ଥୁବା ଧାନ ଆଇଆଇସି ବାବୁଲି ନାୟକ ସୂଚନା ଦେଇଛନ୍ତି । ଅନ୍ୟ ପଟେ ଘଟଣା ପରେ ପୁଲିସ ପକ୍ଷରୁ ପାଟ୍ରୋଲିଂ କଡାକଡି କରିବା ସହ ଜାତୀୟ ରାଜପଥ କଡ଼ରେ ଥିବା ବିଭିନ୍ନ ଅନୁଷ୍ଠାନ ରେ ଲାଗିଥିବା ସିସିଟିଭି ଯାଞ୍ଚ କରୁଥିବା ଜଣାପଡ଼ିଛି ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)