
ସମ୍ବଲପୁର ସାଂସଦ ଶ୍ରୀଯୁକ୍ତ ନିତେଶ ଗଙ୍ଗଦେବଙ୍କ ନେତୃତ୍ଵରେ ତୁରଙ୍ଗ ଗ୍ରାମରେ କମ୍ବଳ ବଣ୍ଟନ
(ଜେ ବି ଏନ /ଚୈତନ୍ୟ ସାହୁ) ୨୧ /୦୧ /୨୦୨୧ ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ତୁରଙ୍ଗ ଗ୍ରାମ ପଞ୍ଚାୟତର ଦେହୁରୀ ସାହିରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପଡିଆରେ ଆଜି ସମ୍ବଲପୁର ସାଂସଦ ଶ୍ରୀଯୁକ୍ତ ନିତେଶ ଗଙ୍ଗଦେବଙ୍କ ବଅଁରପାଳ ବ୍ଲକ ପ୍ରତିନିଧି ଶ୍ରୀଯୁକ୍ତ ସମରେନ୍ଦ୍ର ଦେହୁରୀଙ୍କ ନେତୃତ୍ଵରେ ତୁରଙ୍ଗ ଗ୍ରାମ ବାସୀ ପ୍ରାୟ ୫୩୦ ଟି କମ୍ବଳ ବଣ୍ଟନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ପ୍ରତିମା ମିଶ୍ର, ଶ୍ରୀ ରୁଚିର କୁମାର ଦାସ, ଶ୍ରୀ ମଧୁସୂଦନ ପଣ୍ଡା, ଶ୍ରୀ ନିରଞ୍ଜନ ଦାସ, ଶ୍ରୀ ନିରାକାର ପଣ୍ଡା, ଶ୍ରୀ ଶରତ ଚନ୍ଦ୍ର ଦାସ, ଶ୍ରୀ ମନୋଜ କୁମାର ଦାସ, ଶ୍ରୀ ଦେବାନନ୍ଦ ଦାସ, ଶ୍ରୀ ଟୁଟୁନୁ ଥମ୍ବ, ଶ୍ରୀ ବୀରବର ସାହୁ, ଶ୍ରୀ ହେମନ୍ତ କୁମାର ସାହୁ, ଶ୍ରୀ ଲକ୍ଷ୍ମୀକାନ୍ତ ଦାସ, ଶ୍ରୀମତୀ କ୍ଷୀରୋଦ ନାଏକ, ଶ୍ରୀମତୀ ଭାରତୀ ନାଏକ, ଶ୍ରୀ ପ୍ରଦୀପ ବେହେରା, ଶ୍ରୀ ପ୍ରଶାନ୍ତ କୁମାର ଦାସ, ଶ୍ରୀ ନରେନ୍ଦ୍ର ପଟ୍ଟନାୟକ, ଶ୍ରୀ ଉତ୍କଳ କୁମାର ଦାସ, ଶ୍ରୀ ଦୋଳଗୋବିନ୍ଦ ମହାରଥି, ଶ୍ରୀ ସୁଦର୍ଶନ ପାତ୍ର, ଶ୍ରୀ ବିଭୁତି ଭୂଷଣ ଦାସ, ଶ୍ରୀ ବିନୋଦ ପାତ୍ର, ଶ୍ରୀ ଶାଣ୍ଡୁ ଭାଇ, ଶ୍ରୀ ବିକଳ ସାହୁ, ଶ୍ରୀ ଭିକାରୀ ମହାନ୍ତି, ଶ୍ରୀ ଧ୍ରୁବଚରଣ ଥମ୍ବ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଶ୍ରୀ ମାନସ ରଞ୍ଜନ ନାଏକ, ଶ୍ରୀ ବୀରବର ସାହୁ, ଶ୍ରୀ ଅନ୍ତର୍ଯ୍ୟାମୀ ଥମ୍ବ, ଶ୍ରୀ ମଣ୍ଟୁ ଦାସ, ଶ୍ରୀ ଦୀପକ ପାତ୍ର, ଶ୍ରୀ ମହେଶ୍ଵର ଥମ୍ବ ପରିଚାଳନା କରିଥିଲେ ଏବଂ ତୁରଙ୍ଗ ଗ୍ରାମ ବାସୀ ସହଯୋଗ କରିଥିଲେ।




